STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଥ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଥ)

1 min
327


ରାଗ-ଝଂଝୋଟା ବା ତୋଡୀ ଜଙ୍ଗଲା


ଥାପିରେ କହ ତଥାପି ରେ ପ୍ରିୟସଖି ଥିବି କି ଛାଡିବି ପ୍ରାଣ (ପଦ)

ଥିଲା ପରି ସ୍ନେହ ଲାଗିଲାକି କହ,ଅଛିଟି ତୋତେ ମୋ ରାଣ(1)

ଥକାଇ ତୁ କହୁ କହୁ ଧୃତି ରହୁ, ନାହିଁଟି ମୋହର ଜାଣ (2)

ଥୋକାଏ ତୋ ପ୍ରୀତି-ବିଧିକି ସମ୍ମତି କଲେ କି ମୋ ପରିତ୍ରାଣ (3)

ଥରେ ହେଲେ ବିକି ହେବି ମୋତେ ନିକି ବଞ୍ଚାଇବ ପଞ୍ଚବାଣ (4)

ଥୋଇ ହୃଦେ ଛଳ, ନକର ବିକଳ,କହେ ଅଷ୍ଟଦୁର୍ଗରାଣ (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics