STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ତ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ତ)

1 min
319


ରାଗ-କାନଡଗୌଡା ବା କନଡା


(ସଖି ରେ)ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲା ରେ,

ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲା ରେ (ପଦ)

ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି,

କହିଲେ ହେ ଅନୁସରି, ରାଜି ତ ନ ଦିଶିଲା ରେ (1)

ତହୁଁ କି ବିଷମ ଭାବ, ତର୍କିଲା ମୋ ଚାଟୁ ଶ୍ରବ-

ତଟକୁ ଘଟନ୍ତେ ଅବଦାନ ବିନା ହସିଲା ରେ (2)

ତପନଜାତଟକୁ ତୁ,ତରୁଣୀ ଟା କେଉଁ କୁତୁ-

ହଳରୁ ଆସିଲୁ ହେତୁ, କହ ବୋଲି ଘୋଷିଲା ରେ (3)

ତାର ତୋର ସୁଲୋଚନା, ତାରତମ୍ୟ ବିବେଚନା

ଲବ ହୋଇନାହିଁ ତହିଁ, ତୋ ଚିତ କେ ପେଷିଲା ରେ (4)

ତିରସ୍କାର ପୂର୍ବଭାଷା, ତରଳାଇ ସୁଖ ଆଶା,

ତୋଟିକି ଚୁମ୍ବିଲା ତୃଷା ତିମିର ବିଳସିଲା ରେ (5)

ତୁଚ୍ଛ ସ୍ନେହମନ ଜନ,ତୋ ସଙ୍ଗକୁ କୁ କି ଭାଜନ,

ପ୍ରପନ୍ନ ହରିଚନ୍ଦନ ଜଗଦେବ ଭାଷିଲା ରେ (6)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics