STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ପ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ପ)

1 min
228

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-ପ

କବିସୂର୍ଯ୍ୟ ବଳଦେବ ରଥ



ରାଗ -ଭୈରବ


ପ୍ରିୟ ସହି, ପରମାଦ ବଡ ତୁହି ଗୋ

ପାରୁ କେତେ ଛନ୍ଦେ ମୋହି ଗୋ(ପଦ)

ପରମପଦରେ ଦେଇ ଜାଣୁ ତୁ ବସାଇ, ପୁଣି ତ ହୁଁ ଜାଣୁ ତଳାତଳକୁ ଖସାଇ

ପାସୋରାଇ ମନୁ ନାନା କଦନ ଖସାଇ, ପୀଡୁ ଅଶ୍ରୁ ବରଷାଇ ଗୋ(1)

ପ୍ରପଞ୍ଚ ଯାକରେ ଜଣା ନଥାଇ ସଂଶୟ, ପସନ୍ଦ ନୁହଇ ପର ପୁରୁଷ ରେ ସ୍ନେହ,

ପରବସ ହେବ ଯେବେ ପ୍ରା ତୁଲେ ଦେହ,ପ୍ରାଣୀ କି କରିବ କହ ଗୋ(2)

ପରବ ଚନ୍ଦ୍ର ଚିପୁଡି ପିଇବା ପିୟୂଷ,ପରିଣତି ସମୟ ସେ ହେବ ଯେବେ ବିଷ,

ପ୍ରପନ ହେବା ଗଙ୍ଗାରେ ଜନ୍ମିଲେ କିଳ୍ୱିଷ, ପ୍ରୟୋଗ କରିବା କିସ ଗୋ(3)

ପିଆଇ ଦୁହିଁଙ୍କି ଥରେ ଦୁହିଁଙ୍କ ଅଧର, ପଛେ କହ ଆଚରଣପୂତନା ବଧର,

ପୀତପଟନଟ ନାଁ ମୋ ଆଗରେ ନଧର, ପାଳିଏ ମାତ୍ର ଉଧର ଗୋ (4)

ପୁରନ୍ଦର ମଣି ଶ୍ୟାମେ ଅଛି ମୋ ତରସ, ପର ପରିବାଦ ମୁଣ୍ଡେ ଟାକର ବରଷ,

ପୃଥ୍ୱୀଚକ୍ରବାଳ ପରିବୃଢ ବାଲୁକେଶ ପ୍ରସରାଇଲେ ଏ ରସ ଗୋ(5)






Rate this content
Log in

Similar oriya poem from Classics