STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଣ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଣ)

1 min
281


ରାଗ-ସୋମ

ଅତସୀ କୁସୁମସମଶ୍ୟାନ ହେ ମୁଁ ଗଲିଟି (ପଦ)


ଅଳି ତୁମ୍ଭର ନିବିଡ,           ଅସହିଷ୍ଣୁ ସେ ଯେ ବଡ

ଅବଶ୍ୟ ତା ଛାମୁରେ ନିବେଦନ କଲିଟି (1)


ଅଧ ଅଧରରେ ସ୍ମିତ       ଉଲ୍ଲାସି ହେଲେ ଲଜ୍ଜିତ

ଉହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି (2)


ଆରକତ କଲେ ମୁଖ,           ଅଖଣ୍ଡ ସୁଧାମୟୁଖ,

ଆବୁର ସରିବ ମୋର ଜୀଇଲେ ହେଁ ମଲିଟି (3)


ଅଦୃଷ୍ଟବଳୁଁ କିଶୋରୀ,           ଅଙ୍ଗୀକାର କଲେ ସରି

ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ-ପଲ୍ଲୀଟି (4)


ଉଗ୍ର ନିର୍ଦ୍ଦେଶ ନୃପର            ଉପବନ ଗୋପପୁର

ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରୀଟି (5)


ଅଷ୍ଟଦୁର୍ଗନାଥ ଭାଷେ,             ଆହା ଧ୍ୟାନେ କି ଶୋଭା ସେ

ଅଖିଳ ଜନନୀ ନାସାମୃଗମଦକଲିଟି (6)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics