STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ମ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ମ)

1 min
221

ରାଗ-କାମୋଦୀ ବା ମରୁଆ


ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ,

ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମାରେ,

ମିଳିନ୍ଦ ଲତା ଦମ୍ଭବନିତା ବଦନେ ମିଶି ମାରେ,

ମଣ୍ଡିତ ହେଲା ସେ ବନସ୍ଥଳ,           ମହା ରଜତ ମହେନ୍ଦ୍ର ନୀଳ-

ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ (ପଦ)


ମିଶିଲା ଚାରି ଲୋଚନବାରି -        ରୁହ ମଦନୁ ଲଭି ଲାଚାରି

ମିଳିଲା ଶ୍ୟାମ ଗଉର ଦୁଇ ମହ,

 ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ,

ମାନସ ଅଙ୍ଗଭେଦ ପ୍ରସଙ୍ଗ ରଙ୍ଗ ରଚିଲା ମ୍ନେହ,

ମଉଳିଗଲା ଶେଷ ସାତ୍ତ୍ୱିକ            ମୃଡନୟନ ସଂଖ୍ୟକଯାକ

     ମଜ୍ଜାଇ ନେଲା ଦୁହିଙ୍କ ମନ ମହାମୋଦପ୍ରବାହ(1)

  

ମଦଦ୍ୱିରଦ  ମଥିତହ୍ରଦ,  ମୂର୍ଛିତ ମହୋତ୍ପଳ ଆମୋଦ,

ଫୁଲୁପରାଗ ଶ୍ରୀଅଙ୍ଗରାଗ ବାସ,

ମୃଗଲାଞ୍ଛନ ମରୀଚି ଚୂର୍ଣ୍ଣ ଧାବଲ୍ୟ ପରକାଶ,

ମଧୂମାଦକ ଗୁଣସୂଚକ କୋକିଳ କଳଘୋଷ,

ମଣିମଣ୍ଡିତ କିଙ୍କିଣୀଯୁତ         ମଞ୍ଜୁ ମଞ୍ଜୀର ଭୂଷାଣିଞ୍ଜିତ,

ରସନା ରଣତ୍କାର   ଶ୍ରବଣ କଲା ବିବେକ ମୋଷ (2)


ମଧୁ ମଧୁର ବଧୂ ଅଧର କିଶୋରବର ରଦନାମ୍ବର,                                                 

ବିମ୍ବ ଚୁମ୍ବନ ଚୁଁ –କୃତି ସ୍ୱନମେଳା,

ମୃଦୁ ମନ୍ମନ ଧ୍ୱନି ଜନନ କଲାଟି କ୍ରୋଡଖେଳା,

ମହେନ୍ଦ୍ର ମଣି,ବଳୟ ଶ୍ରେଣୀ ରଟିଲା ହୋଇ ଲୋଳା,

ମନୋଜ୍ଞ ଚାଟୁ ପିୟୂଷମୟ    

   ମିଶ୍ରିତ ହେଉ ହେଉ ସମୟ

ମାର ମହତ୍ତ୍ୱ ଗଲା କି ନାହିଁ ହେଲା ସଂଶୟଦୋଳା(3)


ମନ୍ଦାର ବନ ରସାଚକ୍ରେ ରଚିଲା ସୂନ ବରଷା,

ରସିଲେ ସର୍ବ ଗନ୍ଧର୍ବ ମାନେ ଗାନେ,

ମାତି ତାଣ୍ଡବ ରଚିଲେ ଦେବଦାସୀଏ ସାବଧାନ,

ମର୍ଦଳ ଘୋଷ ହେଲା ତ୍ରିଦଶ ମଣ୍ଡଳେ ସବୁସ୍ଥାନେ,

ମୁକତ ପ୍ରାୟ ହେଲା ତ୍ରିଲୋକ-ମାନସୁ ମ୍ଳାନ କଲେ ପାତକ

ଶ୍ରୀ ଜଗଦେବ ହରିଚନ୍ଦନ ସେ ମହୋତ୍ସବ ଧ୍ୟାନେ(4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics