STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(କ୍ଷ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(କ୍ଷ)

1 min
238

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-କ୍ଷ

କବିସୂର୍ଯ୍ୟ ବଳଦେବ ରଥ


ରାଗ -କେଦାର


କ୍ଷମାନୁକମ୍ପାଧର ହେ,

କ୍ଷୀରସାଗରସମ୍ଭବା - କୁଚକୁମ୍ଭଯୁଗଳପରିରମ୍ଭ - ଚତୁର ହେ(ପଦ)

କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ,

ଶ୍ରୁତିଶିର ଅବତଂସାକୃତି ଶ୍ରୀଚରଣ ହେ,

ମରାଳବିହରଣ,କରାର୍ଚିତ   ଚରଣ, ଧରାଭାର ହରଣ, ଚରାଚର ଶରଣ,

ତରାବର କିରଣ, ବରାବର ଚରଣ ନଖାଂଶୁ ସୁରଗଣ ଶିଖାଭରଣ ହେ(1)

କ୍ଷଣେ ହେଲେ ନାମକୁ ନଭଣେ ମୁଁ ତୁମ୍ଭର ହେ,

ଜଣେ ତ ହେବାରୁ ପାପିଗଣେ ବିଶ୍ୱମ୍ଭର ହେ,

ମନା ନକର ହିତ,ଅନାଦର ରହିତ ଅନାଉଣି ନିରତ, ଚୂନାକରୁ ଦୁରିତ

ଅନାରତ ମୋ ଚିତ୍ତ ମନାସୁଛି ଅହିତ, ଜନାର୍ଦ୍ଦନପତିତଜନାବହିତ ହେ(2)

କ୍ଷମ ତ ମୁଁ ନୁହେଁ ଅନୁପମ- ଅନୁଭାବ ହେ,

ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତ ଟି ହେବ ହେ,

ଜଳାକରଭବନ- ବଳାମୁଖ ଭୂବନ - ବଳାହିତ ରତନ,ବଳାବରଜ,ଜନ

ଜଳାପର ବୃଜିନ ଦଳା ସୃକୁତଧନ- ବଳାଢ୍ୟମୁନି- ମନ- କଳାପି ଘନ ହେ(3)

କ୍ଷମାଧିପ ଜଗଦେବ ସମାପନ କରେ ହେ,

ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ

ବ୍ୟଥା ନିବହ ହର,ପ୍ରଥା ଚଳୁ ମିହିର, ପଥାନ୍ତରକୁ ହର- ରଥାଦିରୁ ଅମର

ମଥାମଣି ନିଜର,ରଥାଙ୍ଗଯୁତ କର କଥା ବିନୟ ମୋର ବୃଥା ନକର ହେ(4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics