STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଖ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଖ)

1 min
135


ରାଗ-କେଦାର


ଖରାପ ତୁ ହେଲୁ ରେ,

ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁ ରେ (ପଦ)

       

ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁ ରେ,

ଖେଦ – ବୀଜ ନିଜ ହୃଦ-କେଦାରେ ବିଞ୍ଚିଲୁ ରେ (1)


ଖିଆଲ ପରି କି ଧନ ମନରେ ଭାଳିଲୁ ରେ,

ଖଳିକାର ନୋହି କଳା ନାଗକୁ ଚାଳିଲୁ ରେ (2)


ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ,

ଖମଣିମଣ୍ଡଳକୁ ତୁ କର ବଢାଇଲୁ ରେ (3)


ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ,

ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁ ରେ (4)


ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁ ରେ,

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ (5)







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics