STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଜ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଜ)

1 min
158

କବିସୂର୍ଯ୍ୟ ବଳଦେବ ରଥ-ଜ

ରାଗ-କେଦାର ବା ପୁନଙ୍ଗ


ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ ଯାହା ଇଛା ତୋର ତାହା କର,

ଜ୍ୱଳନରୁ ବଳି ସେହି ଦିନୁ କେଳି କରେ ବିଭାବରୀ -ନାହା     -    କର(ପଦ)


ଜଣ କେତେ ବ୍ରଜଶିଶୁ ଥିଲେ ନିଜ,ପୁରୁଁ ଆସିଥିଲି ଖେଳାଇ ସମଜ,

ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର (1)


ଜାତିକୁରୁବିନ୍ଦ ବାତାୟନବୃନ୍ଦ, ଅନାଇ ମୁଁ ଚାଲୁଥିଲି ମନ୍ଦ ମନ୍ଦ ,

ଜଙ୍ଗମ ହେବାର ଜମ୍ବୁନହସାର ଶିରୀ ସ୍ପୁରିଲା ସେ  କି ପ୍ରକାର(2)


ଜୀବନଦ ନୀଳଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସ ବିଲୋଳ,

ଜାତକଲା ଗର ଜର ଜର ଶର-ନିକର ବରଷା ଖରତର(3)


ଜହରକୁ ଗୋଳି ଦେଲାପରି ଗିଳି, ମୋହର ଦେହର ପୀଡା ଗଲା ବଳି,

ଜୀବନାଶା ଟଳି ଯାଉଅଛି କଳି ପାରୁ ପାରୁନାହିଁ ମୁଁମୋ ହୃଦନ୍ତର(4)


ଜନମନୋହାରୀ ସେ ବିଚିତ୍ର ଶିରୀ, କାହା ନେତ୍ରପାତ୍ରେ ଯାଇନାହିଁ ପୂରି,

ଜଗଦ୍ଦେବ ହରିଚନ୍ଦନ ମୋହର ନାମ କହୁଅଛି ନିରନ୍ତର (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics