STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ବ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ବ)

1 min
198


ରାଗ- ସାବେରୀ


ବିଚିତ୍ର ବେଶ ମଞ୍ଜୁଳା ରେ ବାଳା, ବିବିଧ ଚାତୁରୀଶୀଳା,

ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା ରେ

ବିଳାସକୁଶଳାରେ, ବଲ୍ଲୀନୀଳୟବିହାରଲେଳା(1)


ବାଳକାଳୁ ବାସ ପରି ରେ ବାଳା, ବଞ୍ଚୁଥିଲୁ ଅନୁସରି,

ବିଲକ୍ଷଣେ ବନବିହାର ଉତ୍ସବ ବେଳେ ଯା ଦେଲୁ ପାଶୋରି ରେ,

ବିଚରା ତୋ ଗୋରୀ ରେ,ବିଶ୍ୱେ କାହିଁକି ପ୍ରୀତି ଆଚରି(2)


ବ୍ୟସ୍ତ ହୋଇ ଚିତ୍ର ମାଛି ରେ,ବାଳା ବ୍ରଜଗଣ ତ ଦିଶୁଛି,

ବିମ୍ବାଧରୁ ନବପଲ୍ଲବ ମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ

ବିଶ୍ମଥ ହୋଇଛି ରେ,ବାସ ପିନ୍ଧିଥାଉ ପରା କାଛି(3)


ବଲ୍ଲୀକି ଅନାଇ ଦୂରୁ ରେ ବାଳା ବାସରେ ତୁ ଭୟକରୁ

ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତି ରାତି ଆସି ଘରୁ ରେ,

ବିଜନେ ସଞ୍ଚରୁ ରେ, ବଡ ବିଷମ ଏ ଯା ନ ଡରୁ(4)


ବିନୟନୟବସତି ରେ ବାଳା.,ବି ମୋହନ କଳାବତି,

ବିରୂପାକ୍ଷଦେବ- ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ,

ବଲ୍ଲବଯୁବତି ରେ, ବନ୍ଦେ ଅଷ୍ଟଦୁର୍ଗଧରାପତି(5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics