STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କିପରି ଦେଖିବି

କିପରି ଦେଖିବି

1 min
504

ଦେଖିବି କିପରି କହ ଏ ଦୁର୍ଦ୍ଧିନ,

     ବିଚ୍ଛନ୍ନାଚଳ ମୋ ହୁଏ ହୀନିମାନ।


ସମୟ କଲ୍ଲୋଳେ କରି ଘୋର ନାଦ,

     ସହୁଛି ଆଦରୀ ଯନ୍ତ୍ରଣା ବିବାଦ।


ଜନ୍ମଦେଲୁ କିମ୍ପା ତୁହି ଲୋ ଜନନୀ,

     ମାତୃଭାଷା ନାହିଁ କି କଲୁ ଜନନୀ।


ଶିକ୍ଷା ନାହିଁ ଏଠି ଓଡ଼ିଆ ଭାଷାର,

     ବହି ମିଳୁ ନାହିଁ ଓଡ଼ିଆ ଶିକ୍ଷାର।


ଶିକ୍ଷକ ନାହାନ୍ତି ଓଡ଼ିଆ ଭାଷାରେ,

     ଜନନୀର ଶିକ୍ଷା ନମିଳେ ଏଠାରେ।


ଉତ୍କଳୁ ବିଚ୍ଛନ୍ନ ହୋଇଛୁ ଜନନୀ,

     ନଜର ନହୁଏ ଉତ୍କଳୁ ଜନନୀ।


ଝାଡ଼ଖଣ୍ଡ ରାଜ୍ୟେ ଅଛନ୍ତି ଓଡିଆ

     କୋଡ଼ିଏ ଲକ୍ଷ୍ୟରୁ ବେଶୀ ହିଁ ଓଡିଆ।


ଭାଷାରୁ ବଞ୍ଚିତ ହୁଅନ୍ତି ଓଡ଼ିଆ,

      ନିତ୍ୟଦିନେ କରେ ରୋଦନ ଓଡ଼ିଆ।


କ୍ରନ୍ଦନ ନଶୁଭେ କେନ୍ଦ୍ର ସରକାରେ,

      ନଶୁଭେ ଯନ୍ତ୍ରଣା ରାଜ୍ୟ ସରକାରେ।


ନୂଆ ଶିକ୍ଷାନୀତି ହୋଇଛି ଦେଶରେ,

      ପାଇବେଟି ଶିକ୍ଷା ସେ ମାତୃଭାଷରେ।


ମାତୃଭାଷ ବହି ଯଦି ନମିଳିବ,

      ମାତୃଭାଷା ଶିକ୍ଷା କିପରି ହୋଇବ?


ଭାଷର ଶିକ୍ଷକ ନଥିବେ ସ୍କୁଲରେ

      ମାତୃଭାଷା ଶିକ୍ଷା କେଦେବ ସେଠାରେ।


କେଉଁ କର୍ମ ବିନୁ ବିଚ୍ଛନ୍ନ ଏ ଭୂମି

      କେଉଁ ଅପରାଧୁ ଶ୍ରୀହୀନ ଏ ଭୂମି।


ଶିକ୍ଷା ଅଧିକାର ନମିଳେ ଏଠାରେ

      କାନ୍ଦେ ସିଂହଭୂମି ଯନ୍ତ୍ରଣା କାତରେ।


ରୋଦନ ନଶୁଭେ କେଉଁ ସରକାରେ

      କ୍ରନ୍ଦନର ସ୍ବର ନପଡେ କର୍ଣ୍ଣରେ?


ଶିକ୍ଷା ଅଧିକାର କାହିଁକି ନମିଳେ?

      ମାତୃଭାଷା ଶିକ୍ଷା କାହିଁକି ନମିଳେ?


ନୂଆ ଶିକ୍ଷାନୀତି କିମ୍ପା ହେଲା ଦେଶେ

      ବହି ନମିଳେଟି କେଉଁ ସେ ଉଦେଶ୍ୟେ,


ଓଡ଼ିଆରେ ବହି ଝାଡ଼ଖଣ୍ଡେ ନାହିଁ

      ଓଡ଼ିଆରେ ଶିକ୍ଷକ ସ୍କୁଲରେ ନାହିଁ।


ଦିଅ ଧ୍ୟାନ ଥରେ ଝାଡ଼ଖଣ୍ଡ ରାଜ୍ୟେ

      ଓଡ଼ିଆରେ ଶିକ୍ଷା ମିଲୁ ଏହୁ ରାଜ୍ୟେ।


କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ୍ୟାନ ଦେବେ ନିଶ୍ଚେ

     ପଢିବେ ଓଡ଼ିଆ ଝାଡ଼ଖଣ୍ଡେ ନିଶ୍ଚେ।


ବହି ମିଳୁ ଏଠି ଓଡ଼ିଆ ଭାଷାରେ

      ଶିକ୍ଷକ ମିଳନ୍ତୁ ଓଡ଼ିଆ ଭାଷାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy