STORYMIRROR

Santanu Bisoi

Abstract Comedy

3  

Santanu Bisoi

Abstract Comedy

କିଣା ସାହିତ୍ୟ

କିଣା ସାହିତ୍ୟ

1 min
239

ସାହିତ୍ୟ ହାଟକୁ ଯାଇଥିଲି ଦିନେ

ବେପାର ବଣିଜ ଶିଖି,

ଯାହାମୁଁ ଦେଖିଲି ଆଖି ଲିଭିଗଲା

ଲେଏଣ ଦେଏଣ ଦେଖି।।


"ପଦକ"ର ଦର ଉପରେ ରହିଛି

ଆଖି ମୋ ପାଇଲା ନାହିଁ,

ମାନପତ୍ର ପାଖେ ଯାଇ ସେଠି ଦେଖେ

ହସା ଉଡ଼ିଗଲା ଭାଇ।।


ମାନପତ୍ର ଖଣ୍ଡେ ପଦକ ଗୋଟାଏ

କବୟିତ୍ରୀ ଥିଲେ ଧରି,

କେତେ ଖର୍ଚ୍ଚ ହେଲା ପଚାରିଲି ଧୀରେ

ଲାଜରେ ଗଲେ ସେ ସରି।।


ଛେଇ ଛେଇ ଛେଇ ମାର ମାର ମାର

ଦୂରରୁ ଶବଦ ହେଲା

ସ୍ଥାନ ଛାଡ ବୋଲି ଦରୁଆନ ଟାଏ

ପାଖେ ଆସି କହିଗଲା।।


ସାହିତ୍ୟିକ ହେବା ନିଶା ମୋ ଛାଡିଲା

ଟଙ୍କା ତ ସାଧିଲା ଦାଉ,

ସାହିତ୍ୟ ଆସର, କବି ସମ୍ମୀଳନୀ

ପାଖ ମାଡ଼ିଲିନି ଆଉ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract