କଇଁ ଫୁଲ
କଇଁ ଫୁଲ
ପୋଖରୀ ମଝିରେ ଫୁଟିଛି କଇଁ,
ଭଅଁର ଆକୃଷ୍ଟ ହୋଇଣ ଥାଇ।
ଶୋଭା ସୁଷମାରେ ପୋଖରୀ ହସେ,
ଉଡନ୍ତା ଭ୍ରମର ଫୁଲରେ ବସେ।
ପୋଖରୀ ମଧ୍ୟରେ ଦିଶେ ସୁନ୍ଦର,
ଭ୍ରମ ସୃଷ୍ଟି କରେ ଶ୍ୱେତ ପଦ୍ମର।
ଧୋବ ଫରଫର ଦୂରୁ ଦିଶଇ,
ପଥିକର ମନ ହରି ନିଅଇ।
ଶରତ କାଳରେ ବେଶୀ ଫୁଟଇ,
ପୁଷ୍କରଣୀ ଶୋଭା ବଢାଇ ଥାଇ।
କୁମାର ପୂର୍ଣ୍ଣିମା ଆସୁଛି ଭାଇ,
କଇଁ ଫୁଲ ପାଇଁ ଭିଡ ଲାଗଇ।
କଇଁ ପରି କଲେ କୋମଳ ମନ,
ଜଗତେ ଲଭିବା ବହୁ ସମ୍ମାନ ।
ବାଙ୍ଗଲାଦେଶର ଜାତୀୟ ଫୁଲ,
ଦର୍ଶନରେ ମନ ହୁଏ ପ୍ରଫୁଲ୍ଲ ।