Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କିଂ ଆଶ୍ଚର୍ଯ୍ୟମ୍

କିଂ ଆଶ୍ଚର୍ଯ୍ୟମ୍

1 min
158


#ସିଧାକଥା-୧୧୬


 ପାଠରେ ଶାଠରେ ଜ୍ଞାନରେ ବୁଦ୍ଧିରେ ଧନରେ ଥାଇ ଦୁର୍ବଳ,

ଅଧମ ଅକ୍ଷମ ଅଯୋଗ୍ୟ ବି ଭାବେ ମୁଁ ଏକା ଜଣେ ସବଳ |


ମଣିଷ ଭଳି ସେ ଦିଶୁଥାଏ ସିନା କହିବାକୁ ଭାଷା ନାହିଁ,

ତଥାପି ସେ ଭାବେ ପଣ୍ଡିତ-ଶାସକ ହୋଇପାରେ ଦିନେ ମୁହିଁ |


ଭାଗ୍ୟବଳେ କିବା ଦୟାବଳେ ଯଦି ପାଏ ସେ କ୍ଷମତା କିଛି,

କ୍ଷମତା ବଳରେ ଜନତା ଧନକୁ ଖାଇଦିଏ ପୋଛି-ପାଛି |


ଅଳପ ଜନରେ ଅଧିକାର ଦେଲେ ପାଗଳ ହୁଏ ସେ ପ୍ରାଣୀ,

ବିଲେଇ ପଛରେ ମାଙ୍କଡ଼ର ଲାଞ୍ଜ ଲାଗିଛି ପାରେନା ଜାଣି |


ଅଭାଗା ଜନତା ଅସହାୟହୋଇ କରେ ତାକୁ ନମସ୍କାର,

ତା'ର କୁକର୍ମକୁ ଦେଖି ଜାଣି, ପରେ କରେ ନିନ୍ଦା ତିରସ୍କାର |


ବିବେକ ଦମନ କରିପାରେ ସିଏ ଧର୍ମ-ନ୍ୟାୟକୁ ନମାନି,

ଧନ ଠୁଳକରି ଲୋଭରେ ନିଜକୁ ହାଜତକୁ ନିଏ ଟାଣି |



Rate this content
Log in

Similar oriya poem from Classics