STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କିହେବ ସ୍ୱର୍ଗକୁ ଗଲେ?

କିହେବ ସ୍ୱର୍ଗକୁ ଗଲେ?

1 min
219

କିହେବ ଶୁଆ ପୋଷିଲେ

ହରି ନାମ ନଭଜିଲେ

କୃଷ୍ଣ ନାମ ନଜପିଲେ

କି ହେବ ଶୁଆ ପୋଷିଲେ


କିହେବ ଗଙ୍ଗାକୁ ଗଲେ

ମନରେ ହିଂସା ରଖିଲେ

ରାଗ, ରୋଷ କ୍ରୋଧ ଥିଲେ

କିହେବ ଗଙ୍ଗାକୁ ଗଲେ


କିହେବ ସାବୁନ ମାଖିଲେ

ନୀଚ ମନା ହୋଇଥିଲେ

କୁଭାବନା ଭରିଥିଲେ

କିହେବ ଅତର ମାଖିଲେ


କିହେବ ସ୍ୱର୍ଗକୁ ଗଲେ

ମିଥ୍ୟାବାଦୀ ହୋଇଥଲେ

ସ୍ୱାର୍ଥପର ହୋଇଥିଲେ

କିହେବ ସ୍ୱର୍ଗକୁ ଗଲେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract