Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

କିଗୁଣି କରିଛ

କିଗୁଣି କରିଛ

1 min
185


ଶିଶିର ବିନ୍ଦୁରେ ଶୋଷ କି ମେଣ୍ଟଇ

ଥରେ ଦେଖିଦେଲେ ମନ କି ତୋଷଇ

କନ୍ଦର୍ପରେ ଭରା, ତୁମେ ନନ୍ଦବଳା

ରତ୍ନ ସିଂହାସନେ କଳା ଗୋସେଇଁ ।


କଳାରେ କଳାତ ସେ କଜ୍ଜ୍ୱଳ କଳା

କଳା ହେଉ ଯେତେ ସେ ସୁନ୍ଦର ପରା

ଷୋଳ କଳା ଥାଇ, ଏକ କଳା ନେଇ

ବଢ଼ି ନନ୍ଦ କୋଳେ ମନ ନେଲ ମୋହି

ବଇଁଶୀ ବଜାଇ ତୁମେ କହ୍ନାଇଁ ।


ଏ କଳି ଯୁଗରେ ନୀଳ କନ୍ଦରରେ

ନିଜେ ନିଜ ଦେହ ଗଢ଼ିଲ ହାତରେ

ଅଧା ଗଢ଼ା ହୋଇ, ରହିଲ ଗୋସେଇଁ

ଯେତେ ଦେଖିଲେବି ମନ ତୋଷୁ ନାହିଁ

କି ଗୁଣି କରିଛ କହ ଗୋସେଇଁ ।


Rate this content
Log in