STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କିଏ ତୁମେ?

କିଏ ତୁମେ?

1 min
100

କିଏ ତୁମେ ଗୋ

ଅଜାଣତେ ମନକିଣି

ହୃଦୟରେ କରିଲ ଘର

ନିଜକୁ ହଜାଇଥିଲି ଯାଯାବର ହୋଇ

କେଉଁ ଗୋଟେ ଅପନ୍ତରା ନିଛାଟିଆ ରାସ୍ତାରେ

ଲକ୍ଷ୍ୟହୀନ ସ୍ବପ୍ନର ରାସ୍ତାରେ

ଖୋଜି ବୁଲୁଥିଲି ନିଜର ହସିଲା ଅସ୍ତିତ୍ବ

ଏମିତି ସମୟେ ଗୋ ଆସିଲ

ଜୀବନ ଯୁଦ୍ଧରେ

ମରି ମରି ଲଢ଼ି

ହାରି ଯାଇଥିବା ପତିତକୁ

ଉଦ୍ଧରିଲ ଗୋ

ଆଉ

ସମ୍ଭାଳିଲ ଵି

ନୂଆ ଆଶା ଆଉ ସପନ ଦେଖାଇଲ ଗୋ

ଜିଇଁ ବାକୁ ଆଉଥରେ

ବାସ୍ତବତା ଵି ଲାଗେ ଆଜି

ସପନ ପରି

ଡରଲାଗେ କିଏ କାଳେ ନବ ଛଡ଼େଇ

ଦେଉଛି କଥା ଗୋ

ଭୁଲିବିନି ସେଇ ଅଭୁଲା ଦିନ

କି ପାସୋରିବିନି ସେ ପୁରୁଣା କଥା

ସାଥି ହୋଇ ରହିଥିବି ଗୋ

ଭଲ ପାଉଥିବି ମରିବା ଯାଏ

ଆଉ ପାଖେ ପାଖେ ଥିବି ଗୋ ଜିଇଁଥିବା ଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract