STORYMIRROR

Anil kumar Pradhan

Romance

3  

Anil kumar Pradhan

Romance

କିଏ ତୁମେ ?

କିଏ ତୁମେ ?

1 min
269

ମୁଖ ତୁମ ଲାଜକୁଳି ଲତା

ହସ ବାଢେ ମହୁଲିଆ ନିଶା

ଓଠ ଖୋଲେ ଗୋଲାପ ପାଖୁଡା

କିଏ ତୁମେ ?

ଇସାରାରେ ଝାଞ୍ଜି

ଆଉ

ଓଦା ମନେ ଢାଳିଦିଅ

ଗ୍ରୀଷ୍ମ ପତ୍ରଝଡ଼ା l


କେଶ ତୁମ ଅମାବାସ୍ୟା ରାତି

ଆଖି କହେ ତାରା କୋଟି କୋଟି

ଦେହେ ତୁମ ବସନ୍ତ ମାତିଛି

କିଏ ତୁମେ ?

ହୃଦୟରେ ତୀର

ଆଉ

ଜୀବନରେ ବୁଣିଦିଅ

ପ୍ରେମ ଛିଟା କିଛି l


ଅଙ୍ଗୀଭଙ୍ଗୀ କହେ ସବୁ କଥା

ଆଖିଠାର ଟାଣିନିଏ ବ୍ୟଥା

ପଞ୍ଚଭୂତେ ତୁମେ ସାତସୁର

କିଏ ତୁମେ ?

ମନତଳେ ଜାଳିଦିଅ ନିଆଁ

ଆଉ

ଫେଡ଼ିଦିଅ ଜୀବନ ଭୂଗୋଳ

ଗାଇ ଦେଇ ବେସୁରା ସୁର l


Rate this content
Log in

Similar oriya poem from Romance