STORYMIRROR

Ghanashyam Biswal

Abstract Tragedy

2  

Ghanashyam Biswal

Abstract Tragedy

କିଏ ପର କିଏ ନିଜର

କିଏ ପର କିଏ ନିଜର

1 min
155

ମୋହ ମାୟା ଏ ତ ମିଛର ସଂସାର

କିଏ ପର ଅବା କିଏ ନିଜର

ଅଦିନେ ଅକାଳେ ସାହା ହୁଏ ଯିଏ

ତା 'ଠାରୁ ଆଉ କେ ଅତି ନିଜର?


କେତେ ବନ୍ଧୁ କେତେ ମଇତ୍ର ଅଛନ୍ତି

ଗଣି କରି ଅବା ହବକି କହି?

ବିପଦେ ଆପଦେ କେହି ନ ଦିଶନ୍ତି

ସ୍ୱାର୍ଥ ପାଇଁ ସିନା ସଖା ହୁଅନ୍ତି l


ନିଜ କାମ ଥିଲେ ସରଗେ ଡାକନ୍ତି

ମିଠା କଥା କହି ଜିଣିବେ ମନ

କାମ ସରିଗଲେ ଚିହ୍ନି ପାରନ୍ତିନି

ପାସୋରି ଦିଅନ୍ତି ଅଭୁଲା ଦିନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract