STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କିଏ ପଚାରେ?

କିଏ ପଚାରେ?

1 min
340

କାମୁକ ହେଲେଣି କେତେଯେ ମଣିଷ

ଭଲ କାମ କଥା କିଏ ପଚାରେ

ଭକତି ମନରେ ଥାଉ କି ନ ଥାଉ

ଭକତଙ୍କ ସଂଖ୍ୟା କିଏ ପଚାରେ


ସ୍ୱାର୍ଥପର ଏଠି ହେଲେଣି ସମସ୍ତେ

ଭଲ ମଣିଷକୁ କିଏ ପଚାରେ

ଲୋଭୀ, ପାପୀ ହୋଇ ଗଲେଣି କେତେ ଯେ

ରାମ ରାଜ୍ୟ କଥା କିଏ ପଚାରେ


ବିଶ୍ୱାସଘାତକ ହେଲେଣି ସମସ୍ତେ

ଭଲ ବନ୍ଧୁ କଥା କିଏ ପଚାରେ

ମଦ ନିଶାରେ ତ ମଦୁଆ ହେଲେଣି

ଭଲ ସ୍ୱାସ୍ଥ୍ୟ କଥା କିଏ ପଚାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract