STORYMIRROR

Alok Ranjan DASH

Abstract

3  

Alok Ranjan DASH

Abstract

କିଏ ପବିତ୍ର ?

କିଏ ପବିତ୍ର ?

1 min
260

ପବିତ୍ର କିଏ?

ମାସ ନା ମନ,

ମାସ ଯଦି ହୁଏ ପବିତ୍ର ତେବେ

କାର୍ତ୍ତିକ ରେ ସ୍ନାନ ମାସକ ପାଇଁ

କଣ ପାଇଁ କର ଦେଖାଇ ହୋଇ?


ମାସ ଯଦି ହୁଏ ପବିତ୍ର ତେବେ

ଦିନ ଟିଏ ବୁଡ଼ ପୂର୍ଣ୍ଣିମା ରେ

ସକାଳୁ ଉଠି ଶୀତଳ ଜଳେ,

କ୍ଷୟ ହୁଏ କି କରିଥିବା ପାପ ସ୍ନାହାନ କଲେ?


ମାସ ଯଦି ହୁଏ ପବିତ୍ର ତେବେ

ଆମିଷ ଭୋଜନ ନ ଖାଆ କେବେ

ଗୋଟିଏ ମାସ କୁ କିଆଁ ଅପେକ୍ଷା କର

ମାସ ପୁରିଗଲେ ଛାଡଖାଇ ଦିନ

ଆନନ୍ଦେ ମାଉଁସ ଭକ୍ଷଣ କର

ଅନ୍ୟ ମାସେ ଆମିଷ ନିଷିଦ୍ଧ କଲାନି କିଏ

ପବିତ୍ର କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract