STORYMIRROR

Snigdha Panda

Romance

4  

Snigdha Panda

Romance

କିଏ ଜାଣିଥିଲା

କିଏ ଜାଣିଥିଲା

1 min
151

କହିଦେଲେ ଥରେ କାଳେ ଶବ୍ଦର ଫାଙ୍କରେ

ଅନୁରାଗ ଯାକ ଝରି ଯିବାର ଡରରେ

ନିଃଶବ୍ଦ ହେବାକୁ ହେଲା

ନୀରବତା ଭିତରେ ବି ଫାଙ୍କ ରହିଥିବ

ଅନୁରାଗ ଝରି ଝରି ସରି ଯାଉଥିବ 

ଏ କଥା ବା କିଏ ଜାଣିଥିଲା ।


ଅଦିନିଆଁ ବଉଳକୁ ବେହିସାବୀ କୁହୁଡ଼ି 

ଏଣେ ଚୋରାବାଲି ତେଣେ ଟାଣୁଥିବା ଲହଡ଼ି  

ଆଗରେ ରାସ୍ତାରେ ଯିବା ନ ଯିବାର ଛକ

ସବୁ ଜାଣି ପାଦ ଦିନେ ହଜେଇବ ବାଟ

ଏ କଥା ବା କିଏ ଜାଣିଥିଲା । 


ଇନ୍ଦ୍ରଧନୁ ନଦୀ କୂଳେ ଆକାଶକୁ ଅନେଇ

ସ୍ଵପ୍ନ ଯାକ ଲୁଚିଥିବ ଛାତି ତଳ ରୁନ୍ଧେଇ

ଗେଣ୍ଡାଳିଆ ପରି ବେଳ ଉଡ଼ିଯାଉଥିବ

ଖୋଜୁଥିବା ସମୟକୁ ନଜର ଲାଗିବ 

ଏ କଥା ବା କିଏ ଜାଣିଥିଲା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance