STORYMIRROR

Goutam Mohanty

Tragedy Fantasy Inspirational

2  

Goutam Mohanty

Tragedy Fantasy Inspirational

**କିଏ ଜାଣିଥିଲା ଏମିତି ହେବ**

**କିଏ ଜାଣିଥିଲା ଏମିତି ହେବ**

1 min
145


କିଏ ଜାଣିଥିଲା ଜୀବନେ ମୋହର

     ଏମିତି ଆସିବ ଝଡ,

ବିନା ଶବଦରେ   ହୃଦୟ ଭାଙ୍ଗିବ

   ଗଢ଼ିବ ପ୍ରାଚୀର ଗଡ।।


ନିମିଷକେ ମଧ୍ୟେ  ଚୁନା ହୋଇଯିବ

    ସୁନ୍ଦର ଗୋଟିଏ ମନ,

ହାରିଯିବ ପୁଣି    ଛଳନାର ପାଖେ

    ଲୁହରେ ଭିଜିବ ଦିନ।।


ଲୋଲୁପ ନଜର   ଲାଗିବ କାହାର

    ପ୍ରେମ ସେ ଛଡ଼ାଇ ନେଵ,

ବିଶ୍ୱାସ ଭରସା   ହାରିବ ତା ପାଖେ

    ଧୋକା ଦେଇ ଚାଲିଯିବ।।


କିଏ ଜାଣିଥିଲା  ପ୍ରେମ ତଳେ ଏତେ

      ଘୃଣା ସିଏ ରଖିଥିବ,

ଭଲ ପାଇବାର     ଅଭିନୟ କରି

     ଦିନେ ପୁଣି ଭୁଲିଯିବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy