STORYMIRROR

Baijayantimala Rout

Classics

2  

Baijayantimala Rout

Classics

କିଏ ହେବ ତୁମ ସରି

କିଏ ହେବ ତୁମ ସରି

1 min
162

ମନେପଡେ ଆଜି ତୁମ ବନ୍ଧୁତ୍ବର କଥା ,

ସବୁ ଖୁସି ଥିଲା ସେଠି ନ ଥିଲା ଯେ ବ୍ଯଥା

ସାଥି ହୋଇ ବୁଲୁ ଥିଲୁ କେତେ ବିଲ ବାଡି,

ମୁକ୍ତାକାଶେ ଉଡିବୁଲୁ ଜୀବନ ସଜାଡି

ମୋ ଦୁଃଖରେ ଦୁଃଖୀ ହୋଇ ଲୁହ ଢାଳ ତୁମେ,

ସୁଖରେ ମୋ ଖୁସି ହୋଇ ନାଚିଉଠୁ ଆମେ

ସେଦିନର କଥା ଆଜି ମନେପଡେ ସତେ,

ଚୋରି କରୁଥିଲୁ ଯେବେ ବରକୋଳି ଯେତେ

ଧରାପଡିଗଲେ ପୁଣି ଶୁଣୁଥିଲୁ ଗାଳି ,

କେବେ ହେଉ ନ ଥିଲା ଯେ ଆମ ମଧ୍ୟେ କଳି

ପ୍ରକୃତ ବନ୍ଧୁଟେ ଅଟ ତୁମେ ମୋ ଜୀବନେ,

ଖୋଜୁଥାଏ ମନ ମୋର ତୁମକୁ ସପନେ

ତୁମ ପରି ବନ୍ଧୁ ଟିଏ ନପାଇବି କାହିଁ,

ତୁମ ପାଇଁ କଷ୍ଟ ସବୁ ଚାଲିଯିବି ସହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics