STORYMIRROR

Sambit Srikumar

Abstract Tragedy Inspirational

4  

Sambit Srikumar

Abstract Tragedy Inspirational

କିଏ ବଞ୍ଚିବ?

କିଏ ବଞ୍ଚିବ?

1 min
241

ବଞ୍ଚିବ ଯଦି ସେହି ତ ବଞ୍ଚିବ

ଏଇ ବିଶାଳ ଦୁନିଆ ବୁକୁରେ

ଯିଏ ହୋଇଥିବ ଧୁରୀଣ ଧୁରନ୍ଧର

ସକଳ କାର୍ଯ୍ୟ ଅକାର୍ଯ୍ୟରେ

କରୁଥିବ ସବୁ କିଛି ଧୂଆଁଧାର।

ସେଇ ଲୋକ ତ ବଞ୍ଚିବ

ଯିଏ ପରୀକ୍ଷାରେ ନିଜ ପିଲାର ନମ୍ବର

ବଢାଇବା ପାଇଁ ଯାଏ ମାଷ୍ଟର ଦୁଆର

ହାତଗୁଞ୍ଜା ଦେଇ କାମ କରିବା କରେଇବା

ତାହାର ଅଟଇ ଜନ୍ମସିଦ୍ଧ ଅଧିକାର।

ସେଇ ଲୋକ ତ ବଞ୍ଚିବ ସଂସାରରେ

ଯିଏ ଦେଖେ ଅନ୍ୟାୟ ଅନୀତି ଦୁର୍ନୀତି

କେଳେଙ୍କାରୀ ନାରକୀୟ ହତ୍ୟାକାଣ୍ଡ

ମାତ୍ର ଖୋଲେ ନାହିଁ ତୁଣ୍ଡ ରୁହେ ନିଶ୍ଚୁପ

ଦିଏ ନାହିଁ ସାକ୍ଷ୍ୟ ଯାଇ ଆଦାଲତ

ଅବା ମିଛ କହେ ଗୀତା ଛୁଇଁ କରିକି ହଲପ।

ସେଇ ଲୋକ ତ ଏଠି ବଞ୍ଚିବ

ଯିଏ କରେ ଯାବତୀୟ ଅତ୍ଯାଚାର

ପଣସ ଖାଇ ଆନ ମଥାରେ ବୋଳଇ ଅଠା

ଦୁନିଆକୁ ଦିଅଇ ଭାଷଣେ ବ୍ରହ୍ମଜ୍ଞାନ

ଦୁର୍ବଳ ଉପରେ ଅତ୍ୟାଚାର ବନ୍ଦ କର।

ସେଇ ଲୋକ ବଞ୍ଚିବାକୁ ଏକଦମ୍ ହକଦାର

ଯିଏ ପରଧନେ ବଢାଏ ଆପଣା ଉଦର

ଦିଏ ନାହିଁ କେଉଁ ଦିନ କଦବା କ୍ବଚିତ୍

ଆନ ମୁଖେ ମୁଠାଏ ଆହାର

କରୁଥାଏ ଦୁଃଖୀ ରଙ୍କୀଙ୍କୁ ଦୂର୍ ଦୂର୍ ମାର୍ ମାର୍।

ବଞ୍ଚିବ ତ ସେଇ ଲୋକ ବଞ୍ଚିବ

ଯିଏ ନେଇ ଆଣି ସବୁ ଥୋଇ ପାରିବ

ହୋଇଥିବ ବଡ଼ ଯୋଗାଡ଼ିଆ ପାରିବାର

ତୈଳାକ୍ତ ପଦାର୍ଥେ ସଦା କରଇ ବିହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract