STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

କିଏ ବା ଏଠାରେ ଶୁଣୁଛି

କିଏ ବା ଏଠାରେ ଶୁଣୁଛି

1 min
114


ଭାଟି ରେ ବସି କ୍ଷିର ପିଇଲେ   

     ସମସ୍ତେ କହିବେ ମଦ.

ଗଉଡ ଦୂଆରେ ମଦ ପିଇଲେ

     ସମସ୍ତେ କହିବେ ଦୁଧ.,,.......


ବାଟରେ ଘାଟରେ ଯେଉଁଠି ଚାହଁ

      ମଦ କାଚ ମିଳିଯାଉଛି.

ବାପ ପୁଅ ମିଶି ମଦ ପିଉଛନ୍ତି

      ମାଇକିନା ବସି ଦେଖୁଛି.,,......


ଶିକ୍ଷା ସ୍ବାସ୍ଥ୍ୟସବୁ ଚୁଲିକି ଗଲାଣି

      ରାଜନୀତି ଖାଲି ଚାଲିଛି.

ଯୋଯନା ସବୁ ହଡପ ହେଉଛି

      ଗରିବ ବାପୁଡା ଦେଖୁଛି.......


ଆମରି ଦେଶରେ ଗରିବ ହେବାକୁ

        ପ୍ରତିଯୋଗିତା ଚାଲିଛି

ଗରିବ ଯୋଜନା ଲୁଟିଖାଇବାକୁ

         ନିଜକୁ ଗରିବ କରୁଛି.....


ଆମରି ଦେଶଟା ମଦ ପାଇଁ ବୋଧେ

       ବହୁତ ରାଜସ୍ୱ ପାଉଛି

ତେଣୁକରି ଆଜି ବାଟରେ ଘାଟରେ

       ମଦ ଦୋକାନ ଖୋଲୁଛି,,,......


ମଞ କଥାଟିଏ କହିପକେଇଲେ

      କହିଲେ କହିବ କହୁଛି.....

ଯେତେ କହିଲେ ଯେତେ ବୁଝେଇଲେ

        କିଏ ବା ଏଠାରେ ଶୁଣୁଛି........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational