Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract

4.0  

Debaki Behera

Abstract

କିଏ ଅବା ବୁଝିବ?

କିଏ ଅବା ବୁଝିବ?

1 min
222



ହୃଦୟଟା ନୁହେଁ ଏକ ଖେଳନା,

କାନ୍ଦି କାନ୍ଦି ସହିଯିବ ଯେତେ ଦୁଃଖ ଯାତନା,

କିଏ ଅବା ବୁଝିବ ତାର ବ୍ୟଥା ଆଉ ବେଦନା l

ଯୌବନ ନୁହେଁ ମରୁଦ୍ୟାନ,

ଜାଳିଦେବ ତାକୁ ଲୋକାଚାର ଓ ଭ୍ରଷ୍ଟାଚାରର ଝାଞ୍ଜି ପବନ, 

କିଏ ଅବା ବୁଝିବ ବରଷିଦିଏ ସେ ଆଶା ଆଉ ସ୍ୱପ୍ନର ଶ୍ରାବଣl

ପ୍ରେମର ଅର୍ଥ ନୁହେଁ ପ୍ରତାରଣା,

ଝରାଇ ନେବ ତାକୁ ସନ୍ଦେହ ଓ ଅବିଶ୍ୱାସ ର ଝରଣା,

କିଏ ଅବା ବୁଝିବ ଦୁଇ ଆତ୍ମା ର କାମନା l

ସଂସାରଟା ନୁହେଁ ଏକ ବାଲିଘର

ଧୋଇଦେବ ତାକୁ ମୋହ, ମାୟା, ଯନ୍ତ୍ରଣାର ଜୁଆର,

କିଏ ଅବା ବୁଝିବ ଏହି ଚାରିଦିନର ବ୍ୟାପାର l

ଜୀବନଟା ନୁହେଁ ଏକ ତାସର ଘର,

ଭାଙ୍ଗିଦେବ ତାକୁ ହିଂସା କ୍ରୋଧ ଓ ଅଶାନ୍ତିର ଝଡ଼ ବାରମ୍ବାର,

କିଏ ଅବା ବୁଝିବ ଏଠିତ ଭାଇ ଭାଇର ନୁହେଁ ଆପଣାର l

କବିତାର ଅର୍ଥ ନୁହେଁ ଲେଖିବାର ନିଶା,

ପ୍ରକାଶିଥାଏ ତା ଯହିଁ ଅଙ୍ଗେନିଭା କଥା,

କିଏ ଅବା ବୁଝିବ ଜଣାଇଦିଏ ସେ ଅନ୍ତର ତଳରଭାଷା l



Rate this content
Log in

Similar oriya poem from Abstract