STORYMIRROR

Chinmay Behera

Children

3  

Chinmay Behera

Children

କିଚିରି ମିଚିରି ଚେଇଁ ଚିଟିକା

କିଚିରି ମିଚିରି ଚେଇଁ ଚିଟିକା

1 min
220

କିଚିରି ମିଚିରି ଚେଇଁ ଚିଟିକା

ହନୁ ମାରୁଅଛି ଆଖି ମିଟିକା,

ଶୋଇପଡ ଧନ ନ କରି ଡେରି

ସରଗ ରାଇଜୁ ଆସିବେ ପରୀ,

ଆଣିବେ ତୋ ପାଇଁ ହଳେ ଝୁମୁକା

କିଚିରି ମିଚିରି ଚେଇଁ ଚିଟିକା ।


ବରଷକ ପରେ ହସିବ ଧରା

ଫିକା ପଡିଯିବେ ପାହାନ୍ତି ତାରା,

ସକାଳ ପହରୁ ବାଜିବ ତୂରୀ

ଘଣ୍ଟ, ଶଙ୍ଖ ଆଉ ମୃଦଙ୍ଗ ଭେରୀ,

ଶୁଭୁଥିବ ଖାଲି ତାଳ ଫୋଟକା

କିଚିରି ମିଚିରି ଚେଇଁ ଚିଟିକା ।


ମାଆ ସରସ୍ୱତୀ ଆସିବେ ପରା

ଉଚ୍ଛୁଳି ଉଠିବ ଗାଆଁଟା ସାରା,

ଘରେ ଘରେ ପିଠା,ଆରିସା,ଖିରୀ,

ନୂଆ ଜାମା, ଜୋତା, ନାଲି ଚକିରି

କେତେ ସାଙ୍ଗ ସାଥି ଭଳି ଭଳିକା

କିଚିରି ମିଚିରି ଚେଇଁ ଚିଟିକା ।


ସୁରୂଜ ଉଇଁଲେ ପଡିବ ଖରା

ଅଜାଡି ଦେବେ ସେ ଐକ୍ୟ ପସରା,

ଭେଦଭାବ ସବୁ ଦେଲେ ପାଶୋରି

ହସି ଉଠିବ ଏ ଦେଶ ଆମରି

କହୁଛି ଧନରେ ସତ ସତିକା

କିଚିରି ମିଚିରି ଚେଇଁ ଚିଟିକା ।



Rate this content
Log in

Similar oriya poem from Children