Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance

4.0  

Debadatta Jena

Romance

କିଛି

କିଛି

1 min
255



କହିବାକୁ ତ ଅନେକ କିଛି ବାକି ଅଛି..

ହଁ,କେବେ କଣ ପଚାରନ୍ତନି ଯେ..

ତୁମେ ମୋ ପାଇଁ କଣ ବୋଲି..

କିଛି କହିନପାରିଲେ ଵି..

କହି ତ ପାରନ୍ତ ଖାଲି..

ଖାସ୍ ତୁମେ ମୋର..

ଅସରନ୍ତି ଆଶା..

ଓ ସବୁ କିଛି..

ବୋଲି.!


ହଁ,ଏଇ 

ଇଚ୍ଛା ବୋଧହୁଏ..

ଖୁସି ଓ ଯନ୍ତ୍ରଣାର 

ଫେଣ୍ଟା ଫେଣ୍ଟି, କେବେ 

ଯାତନା ତ କେବେ ତାଡନା,

ଏ ବା଼ଞ୍ଛିତ ଶବ୍ଦର ପୀଡା ଦୁଃଖର

କାରଣ ବୋଲି ମୁଁ ତ ଜାଣୁଛି, ହେଲେ..

ତୁମେ କଣ ସେ ଦୁଃଖ ଫେଡ଼ି ପାରନ୍ତନି..

ସେ ଆକାଂକ୍ଷିତ ମୋହ,ସମ୍ପର୍କର ଡୋର,

ଇପ୍ସିତ ବାଞ୍ଛା, ସୀମା ପରିସୀମା,

ଦୈର୍ଘ୍ୟ ପ୍ରସ୍ଥ ଅବା,ଗଭୀରତା,

ଫେଡ଼ି ନ ହେଉ ଵି ପଛେ,

କେବେ ହାରି ନ ଯାଉ,

ମୁଁ ପରା ବିଶ୍ୱାସର

ରଜ୍ଜୁକୁ ସଜାଡି 

ରଖୁଛି,ଜିତୁ 

ବୋଲି..!



Rate this content
Log in

Similar oriya poem from Romance