ଆସିଛି ଏକା ଯିବି ମୁଁ ଏକା ସତ
ଛାଡ଼ିଯିବି କିଛି ଦେଇଯିବି କିଛି
ନୁହେଁ ମିଛ
ଆସିଲା ବେଳେ ବିଞ୍ଚି ଯାଉଥିବା ମୁଠେ ହସ
ଚାଲିଗଲା ବେଳେ ଦେଇଯିବା
ନିଜ ଲୁହ
ଅନ୍ୟ ଓଠରେ ହସ ବି କେବେ କେବେ
ଥିଲାବେଳେ ଯିଏ ଘୃଣା କରୁଥିଲା
ଯିବା ବେଳେ ଖାଲି ନିଆଁ
ସେ ନିଆଁରେ କାଳେ ପତଙ୍ଗ ମରେନା
ଜିଇଥିବା ତା ହୃଦୟ କୋଳେ
କୁହ ହଁ ଅବା ନାଁ
ଜିଇ ଥିଲା ବେଳେ ଯେତେ ସବୁ ଖୁସି
ହସ ହୋଇ ନିଜ ସାଥେ
ବଞ୍ଚିଥିଲା ବେଳେ ଯେତେସବୁ ଲୁହ
ନିଜ ସହ ଗଲା ବେଳେ
ତେଣିକି କେ କେତେ ନେଉଛି ଦେଉଛି
ଦେଖେ ଉପରଵାଲା
ଶୁଣିବାକୁ ମିଳେ ଜିଇଥିଲା ବେଳେ
ନଦିଅନ୍ତି କେହି
ମରିଗଲା ପରେ ବେଣାମୁଣ୍ଡେ ଥୋଇ
ଦେଇଥାଏ କିଏ
ଝୁରୁଥାଏ ଖାଲି ଆତ୍ମାପକ୍ଷୀ ଦୁଇ
ନେଇଥିଲା ଜନ୍ମ ଜଠରରୁ ଯିଏ
ହଉପଛେ କିଛି ଦିନ ଯାଏଁ
,,,,,,,,,,,,,,,,