STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

କିଛି ସତ

କିଛି ସତ

1 min
362

ସୁନ୍ଦର ସଂସାର ସୁନ୍ଦର ଏ ସୃଷ୍ଟି

   ରମ୍ୟ ଗିରି ନଦୀ ବନ,

ସୁନ୍ଦର ମଣିଷ ଗଢିଲେ ଯେ ସ୍ରଷ୍ଟା 

    ପଞ୍ଚବିଂଶ ତତ୍ତ୍ଵେ ପ୍ରାଣ।


ଇଚ୍ଛା ମୟ ହରି ଇଚ୍ଛା ରେ ତାଙ୍କରି

   ଗଢିଲେ ତିନି ଭୁବନ,

ତାଙ୍କ ଇଚ୍ଛା ଵିନା ପତ୍ର ଵି ହଲେନା

   କହନ୍ତି ଜଗତ ଜନ ।


ତେଵେ କାହିଁ ପ୍ରଭୁ ସଵୁରି ଭିତରେ

  ଭିନ୍ନ ଇଚ୍ଛା ଦେଲ ଭରି,

ସଵୁ ଇଚ୍ଛା ତୁମ ଇଚ୍ଛା ରେ ମିଶେ ନା

   କେଵେ ଇଚ୍ଛା ଯାଏ ହାରି।


ନିରୀହ ମନଟେ ଦେଇ କାହିଁ କୁହ

   ଉଜୁଡା ସପନ ଦିଅ,

ଏକା ତୁମ ଇଚ୍ଛା ରାଜୁତି କରିଲେ

   ଜନେ କି କରିଵେ କୁହ ?


ଦେଖି ଦେଖି କା' ର ଉଜୁଡା ସଂସାର

    ଦେଖି ରୋଗ ସୁଖ ଦୁଃଖ,

 ଜୀଵନ୍ତ ଶଵର  ହୃଦୟ କୁ ଦେଖି

     ପାଉଛ କି ସ୍ରଷ୍ଟା ସୁଖ ?


ଥକି ଗଲାଣି ଏ ଦେହ ମନ ବୁଦ୍ଧି

    ଅଚେତ୍ ହେଲାଣି ସ୍ଵପ୍ନ,

ଦିବସ ରଜନୀ ଦହୁଛି ଅନ୍ତର

    ଝାଉଁଳି ଗଲାଣି ମନ।


ମୃତ୍ୟୁ ହେ ଆଜି ଖୋଜୁଛି ତୁମରି 

   ଶେଷ ହୀନ ଆଲିଙ୍ଗନ,

ଶୁଭ୍ର ଶୀତଳ ଚୁମ୍ବନେ ତୁମ

  ଘେନି ଯାଅ ଏହି ପ୍ରାଣ।


କର୍ମ ଜଞ୍ଜାଳରେ ସଂସାର ଵୋଝରେ

   ନିଦ ତ ଯାଇଛି ଭାଜି,

ତୁମରି ପରଶେ ସୁଖ ନିଦ୍ରା ଯିଵି

   ତୁମ ଵୁକେ ଯିଵି ହଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract