STORYMIRROR

Kali Kumar

Romance

3  

Kali Kumar

Romance

କିଛି ସ୍ୱପ୍ନ ମୋ ପାଇଁ ମନା

କିଛି ସ୍ୱପ୍ନ ମୋ ପାଇଁ ମନା

1 min
204

ସେସବୁ ସ୍ୱପ୍ନ 

ଯାହା 

ଓଠ ସ୍ପର୍ଶ ପୂର୍ବରୁ

ଆଖିର କୋଣରେ

ସମାଧିସ୍ଥ ହୁଏ,

ବୋଧହୁଏ !

ସେମାନଙ୍କୁ 

ଶୁଭେଚ୍ଛାଠୁ ଅଧିକ 

ଶ୍ରଦ୍ଧାଞ୍ଜଳି ପସନ୍ଦ ।।


ସେସବୁ ଆଶା

ଯାହା

ସ୍ୱପ୍ନ ହେବା ପୂର୍ବରୁ

ହୃଦୟର ବଗିଚାରେ

ମଉଳି ଯାଏ,

ବୋଧହୁଏ !

ସେମାନଙ୍କୁ

ରଙ୍ଗ ଅପେକ୍ଷା

ରକ୍ତାକ୍ତ ହେବା ଭଲ ଲାଗେ ।।


ସେସବୁ ଆକାଂକ୍ଷା

ଯାହା

ପୂର୍ଣ୍ଣତାର ପରିଚୟ ଆଗରୁ

ସମାପ୍ତିର ଚଟାଣରେ

ବତୁରି ଯାଏ,

ବୋଧହୁଏ !

ସେମାନଙ୍କୁ

ନିଃଶ୍ୱାସ ବଦଳେ

ନିଃଷ୍ଫଳ ଶ୍ରେୟସ୍କର ଲାଗେ ।।


ସେସବୁ ଆବେଗ

ଯାହା

ଆଲୋଡ଼ିତ ଭାବନା ହେବା ପୂର୍ବରୁ

ଶ୍ୱାସ ପ୍ରଶ୍ଵାସରେ 

ଦ୍ରବୀଭୂତ ହୁଏ,

ବୋଧହୁଏ ! 

ସେମାନଙ୍କୁ

ଦ୍ରାଘିମା ଅପେକ୍ଷା

ଦୀର୍ଘଶ୍ୱାସ ପସନ୍ଦ ।।


ସେସବୁ ଛବି

ଯାହା

ଜୀବନ କାନଭାସରେ ଚିତ୍ରିତ ପୂର୍ବରୁ

ଆଖିର ଦୃଶ୍ୟପଟ୍ଟଳରୁ

ଅଚିରେ ଅପହୃତ ହୁଏ,

ବୋଧହୁଏ !

ସେମାନଙ୍କୁ

ସମୀପ ଠାରୁ 

ସମାପ୍ତ ଭଲ ଲାଗେ ।।



Rate this content
Log in

Similar oriya poem from Romance