STORYMIRROR

Satyabati Swain

Romance

3  

Satyabati Swain

Romance

କିଛି ପ୍ରେମର ଭାଗ୍ୟ

କିଛି ପ୍ରେମର ଭାଗ୍ୟ

1 min
507


ଜୀବନ ବେଳାଭୂମି ପରେ 

ସହସ୍ର ପାଦ ଚିହ୍ନ ଥିଲା

ସବୁ ଲିଭିଗଲା

ଗୋଟିଏ କିନ୍ତୁ

ହୃଦୟ କାଁଥେ ଛାପି ହୋଇ

ମୋତେ କାବୁ କଲା

ଯେବେ ସେ ପାଦ ଥାପିଲା

ସ୍ୱପ୍ନରେ ଇନ୍ଦ୍ରଧନୁ ହସି

ବରଷାରେ ଭିଜୁଥିଲା

ଶୋଷ ପହଁରୁଥିଲା ବୟସ ପୋଖରୀରେ।


ଆଖି ବୁଜିଲେ ତା ମୁହଁ

ମୋ ଘର ଛାତ, କାନ୍ଥ, ବାଡ଼

ବହି, ଖାତା

ଆକାଶ, ଜହ୍ନ, ମାଟି

ସବୁଆଡେ ଦୃଶ୍ୟମାନ ହୋଇ

ମୋତେ ମୋଠାରୁ ଛଡେଇ ନେଲା

ନିରୁର୍ଦ୍ଦିଷ୍ଟ ହେଲେ

ମୋ ଖୁସି ପାହାଡ଼ ଚଢ଼ିଲେ ସମୁଦ୍ରକୁ କୁଦା ମାରି।


ମୁଁ ଅନ୍ଧଭାବେ

ତାକୁ ଗୋଟାପଣେ ଜାବୁଡି ଧଇଲି

ସେ ମେଣ୍ଢା କଲା

ଗଦ ଶୁଂଘେଇଲା

ସକାଳ ହେବା ପୂର୍ବରୁ

ମୋତେ ଠେଲି ଦେଇ

ଭାଙ୍ଗି ବାଲି ଘର

ସେ ଛିଟ ପ୍ରଜାପତି ଟା

ଫୁର୍ କିନା ଉଡ଼ିଗଲା

ନୀଳ ମାୟାରେ।


ମୁଁ ବେଳାଭୂମି

ଢେଉ, ଜୁଆର ଧକ୍କା ସହେ

ପାଦ ଆଙ୍କେ ବାର ବାର

ଢେଉ ଲିଭାଏ ଜିଦିରେ

ମୁଁ କେଡେ ନିର୍ବୋଧ

ଚିଲାଆଖିଆ ଟା ମୋତେ ଧୋକା ଦେଇ

ସାଗର ପ୍ରେମରେ ହଜିଥିଲା

ଝାଉଁ ବଣ ଛାପିଛାପିକା ଆଲୁଅରେ

ଅର୍ଣ୍ଣବ ଦେହରେ ସାପ ପରି ଗୁଡେଇ ହୋଇ

ଜହ୍ନର ଜୋଛନାରେ ହଜୁଥିଲା

ମଲା ଶାମୁକା ସାଉଁଟୁ ଥିଲି ମୁଁ।


କିଛି ପ୍ରେମର ଭାଗ୍ୟ ଏମିତି

ସମାଧି ଦେବାକୁ ହୁଏ

ଲୁହ ରୂପେ ନିତି

ମେଘ ହୋଇ ବରଷି

ଭିଜାଉଥାଏ ଦେହ ମନ

ମିଠା ଦରଜରେ

ଭାଙ୍ଗି ପଡେ ବୟସ ଆୟୁଷ

କୋଇଲି ତୁନି ପଡି ଯାଏ

ଫୁଗୁଣ ବାଟ ଭାଙ୍ଗି ଚାଲିଯାଏ

ବଉଳ ବାସ୍ନା

ଆକ୍ତାମାକ୍ତା କରେ

କୃଷଚୁଡା ଅଟ୍ଟାହାସ୍ୟ

ପାପୁଲିରେ ତୋଳି ନିଏ

ଇପ୍ସିତ ପ୍ରେମର ଲାଭାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance