କିଛି ପଚାରନା ମୋତେ
କିଛି ପଚାରନା ମୋତେ


ଅଯାଚିତ ଭାବେ ଆସିଥିଲ ଦିନେ
ହୃଦୟ ଦରଜା ଡେଇଁ
ପଚାରନା ମୋତେ ତିଥି ବାର ସବୁ
କିଛି ହେଲେ ମନେ ନାହିଁ I
ହୃଦୟର କେଉଁ ନିଭୃତ କୋଣରେ
ବାଛିନେଲ ନିଜ ସ୍ଥାନ
ପଚାରନା ସଖୀ କହି ପାରିବିନି
କେଉଁଦିନ ଦେଲି ମନ I
ଧିରେ ଧିରେ ତୁମେ କାୟା ବିସ୍ତାରିଲ
ଆବୋରି ନେଲ ମୋ ସତ୍ତା
ପଚାରନା ସଖୀ କେଇଁଦିନ ମୋର
ଭାଙ୍ଗିଥିଲ ନିରବତା I
ତୁମରି ପ୍ରେମରେ ହଜିଗଲି ଦିନେ
ଭୁଲିଗଲି ରାତି ଦିନ
ପଚାରନା ସଖୀ କେଉଁଦିନ ମନେ
ଜାଗିଥିଲା ଅଭିମାନ I
ଯେଉଁଦିନ ତୁମେ ଦୂରେ ଚାଲିଗଲ
ସ୍ଥିର ହେଲା ମୋର ଗତି
ପଚାରନା ସଖୀ କହିପାରିବିନି
କେମିତି ଜଳେ ମୁଁ ନିତି I
ଭାଙ୍ଗି ଯାଇଛି ମୋ ସପନର ନୀଡ
ତୁମେ ଚାଲିଗଲା ପରେ
ଜଳି ଜଳି ଯେବେ ସରିଯିବି ସଖୀ
ହଜିଯିବି ସ୍ୱର୍ଗଦ୍ୱାରେ I