Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Tragedy Classics Others

4  

Lokanath Rath

Tragedy Classics Others

କିଛି କଥା

କିଛି କଥା

2 mins
381



କିଛି କଥା ଦୁଃଖ ଦିଏ, କିଛି ଦିଏ ଲୁହ, 

କିଛି ପୁଣି ଭୁଲି ହୁଏ, କିଛି ଆଣେ କୋହ ।


କିଛି କଥା ମଜା ଲାଗେ, କିଛି ଦିଏ ହସ, 

କିଛି ପୁଣି ମନେ ରହେ, କିଛି କରେ ବଶ ।


କିଛି କଥା ବୁଝି ହୁଏ, କିଛି ଖୋଜେ ବାଟ, 

କିଛି କଥା କହି ଦିଏ, କିଛି କରେ ନାଟ ।


କିଛି କଥା ଭାବ ଦିଏ, କିଛି ଦିଏ ରାବ, 

କିଛି ପୁଣି ରହି ଯାଏ, ହୁଏ ନାହିଁ ଶ୍ରଵ ।


କିଛି କଥା ମନ ଦିଏ, କିଛି ନିଏ ମନ, 

କିଛି ପୁଣି ଭାଙ୍ଗି ଦିଏ, ଶୁଣେ ଯେବେ କର୍ଣ୍ଣ ।


କିଛି କଥା ଭଲ ଲାଗେ, କିଛି ହୁଏ ବିଷ, 

କିଛି ପୁଣି ଲିଭି ଯାଏ, ହୁଏ ନାହିଁ ସ୍ପର୍ଶ ।


କିଛି କଥା ଶୁଣା ଯାଏ, କିଛି କରେ ସ୍ତବ୍ଧ, 

କିଛି ପୁଣି ହଜି ଯାଏ, ହୁଏ ନାହିଁ ଲବ୍ଧ ।


କିଛି କଥା ପାଶେ ନିଏ , କିଛି କରେ ଦୂର 

କିଛି ପୁଣି ବୁଝେ ନାହିଁ, କରି ଦିଏ ପର ।


କିଛି କଥା ସ୍ମୃତି ହୁଏ, କହି ହୁଏ ନାହିଁ, 

କିଛି ଜନ୍ମ ନିଏ ସତ, କେହି ଜାଣେ ନାହିଁ ।


କିଛି କଥା ଘୁରି ବୁଲେ, କିଛି ହୁଏ ସ୍ଥିର, 

କିଛି ପୁଣି ବଢି ଚାଲେ,ଭାଙ୍ଗେ କେତେ ଘର ।


କିଛି କଥା ଗର୍ବ ଦିଏ, କିଛି ହରେ ଧର୍ମ, 

କିଛି ପୁଣି ସଙ୍ଗେ ଧରି, କରି ହୁଏ କର୍ମ ।


କିଛି କଥା ଲେଖି ହେଲେ,ହୋଇ ଯାଏ ଗଳ୍ପ, 

କିଛି ପୁର୍ଣ ହୁଏ ନାହିଁ, ବାକି ରହେ ଅଳ୍ପ ।


କିଛି କଥା ଭାବରୁ ଜନ୍ମି ହୋଇଯାଏ ଏକ କବିତା, 

କିଛି ବୁଝି ହେଲେ ଦିଏ ନୂଆ ଏକ ବାର୍ତ୍ତା ।


କିଛି କଥା କିଛି ମନ, ରହି ଯାଏ ଲୁଚି, 

କିଛି ପୁଣି ବଞ୍ଚି ରହେ, କହେ ନାହିଁ କିଛି ।


କିଛି କଥା ଲେଖୁ ଲେଖୁ, କିଛି ଯାଏ କହି, 

କିଛି ବୁଝି ପାରେ କେହି, କେହି ପାରେ ନାହିଁ ।


କିଛି କଥା ଭାଙ୍ଗେ ଜୀବନର କିଛି ମୋହ, 

କିଛି କଥା ଚାପି ଧରେ ବୁକୁ, ଉଠଇ କୋହ ।


କିଛି କଥା କହିଦିଏ, କିଛି କେବେ କୁହ ନାହିଁ, 

କିଛି କଥା ଭରିଦିଏ ଆଖି, କିଛି ଶୁଣେ ନାହିଁ ।


କିଛି କଥା ଅବ୍ୟକ୍ତ ହୁଏ, କିଛି ସ୍ମୃତି ହୁଏ, 

କିଛି ପୁଣି ସଙ୍ଗେ ଚାଲେ, କିଛି ସାଙ୍ଗ ଛାଡିଦିଏ ।


Rate this content
Log in

Similar oriya poem from Tragedy