STORYMIRROR

DR SAMIR RANJAN BEHERA

Abstract Romance Inspirational

4  

DR SAMIR RANJAN BEHERA

Abstract Romance Inspirational

କିଛି କ୍ଷଣ ପାଇଁ ତୁମେ

କିଛି କ୍ଷଣ ପାଇଁ ତୁମେ

1 min
249

 

  ତମେ ଆସିଲ କିଛି କ୍ଷଣ ପାଇଁ   

  ମୋ ଜୀବନକୁ ଛୁଇଁ ଚାଲି ଗଲ

  ଅହେତୁକ ସ୍ମୃତିର ଜୁଆରରେ   

  ଭଲପାଇବାର ବନ୍ଧନର 

  ଶୁଷ୍କ ହେଇଯାଇଥିବା ହୃଦୟରେ 

  ଫୁଟେଇଲ ମରୁଦ୍ଵାନର ସମ୍ଭାର ll


  ତମେ ଆସିଲ କିଛି କ୍ଷଣ ପାଇଁ 

  ମରିଯାଇଥିବା ହୃଦୟଟାରେ 

  ପୁଣି ସଂଚାର କଲ ସଞ୍ଜିବନୀର ମୃଦୁ ମଲ୍ହାର

  ତମ ମୃଦୁ ସ୍ପର୍ଶର ମତୁଆଲା ବହ୍ନି 

  ଖେଳେଇ ଦେଇଥିଲା ଉନ୍ମାଦନାର ଶିହର ll


  ତମେ ଆସିଥିଲ କିଛି କ୍ଷଣ ପାଇଁ 

  ସଜାଡ଼ିଦେଲ ମୋ ଅସଜଡ଼ା ଜୀବନକୁ 

  ଫୁଟପାଥର ଏ ମଣିଷକୁ ଶିଖେଇଲ

  ବଂଚିବାର ରାହା ଜୀବନ ଜୀଇଁବାର ତରିକାକୁ 

  ଏକ ନୂଆ ସ୍ବପ୍ନର ଅୟମାରମ୍ଭକୁ l


   କିନ୍ତୁ ଚାଲିଗଲ ତୁମେ

   ଅଧା ରାସ୍ତାରେ ଛାଡି ଦେଇ 

   ସବୁ ଆଶା ବିଶ୍ୱାସର ପୂର୍ଣ୍ଣଛେଦ ପକେଇ 

   ଏକ ଅପନ୍ତରା ପଥର ପଥିକ ଭାବେ 

   ଏକ ପରାଜିତ ସୈନିକ ଭାବେ 

   ନା ଆଗକୁ ଯାଇ ପାରୁଛି 

   ନା ପଛକୁ ଫେରି ପାରୁଛି 

   ଜୀବନ ନାଆ ରେ ଡୁବି ଡୁବି ମରୁଛି ll

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract