STORYMIRROR

Santosh Kumar Nayak

Inspirational

4  

Santosh Kumar Nayak

Inspirational

କିଛି କବିତା

କିଛି କବିତା

1 min
211

କିଛି କବିତାର ମନ ଷଠିଘର

ମନ ହିଁ ମଶାଣି ଭୂଇଁ,

କିଛି କବିତା ଯେ ଡାଏରୀ ଭିତରେ

ନିରବରେ କାନ୍ଦୁଥାଇ ।।


କିଛି କବିତା ଯେ ପ୍ରେମ ପତରରେ

ହୃଦୟେ ଜଗାଏ କୋହ,

କିଛି କବିତା ତ ଚିରା କାଗଜରେ 

ପୋଛା ହୁଏ ପିଲା ଗୁହ ।।


କିଛି କବିତା ଯେ ମୁଖ ପୁସ୍ତକରେ

ଲାଇକ କମେଣ୍ଟ ଖୋଜେ,

କିଛି କବିତା ଯେ ଅକୁହା ବେଦନା

ଆଖିର ଲୁହରେ ଭିଜେ ।।


କିଛି କବିତା ଯେ ଚାହା ପିଉ ପିଉ

ମୁହଁରୁ ବାହାରିଥାଏ,

କିଛି କବିତା ଯେ ଶତ ଚେଷ୍ଟା ପରେ

ପତ୍ରିକାରେ ସ୍ଥାନ ପାଏ ।।


କିଛି କବିତା ତ ଭାବନାବିହୀନ

ହୁଏ ପୁଣି କିଣା ବିକା,

କିଛି କବିତା ଯେ ପାଠକ ହୃଦୟେ

ଟାଣି ଦିଏ ସ୍ମୃତି ରେଖା ।।


କିଛି କବିତା ଯେ ତୋଷାମଦ କରି

ଉପାଧି ଗ୍ରହଣ କରେ,

କିଛି କବିତା ତ ସର୍ବ ଗୁଣ ଥାଇ

ପ୍ରତିଯୋଗିତାରେ ହାରେ ।।


କିଛି କବିତାରେ ଚୋରଙ୍କ ନଜର

ନିଇତି ହୁଅଇ କପି,

ଚୋରିକରି ଚୋର ବାଃ ବାଃ ନିଏ

ନିଜ ନାମେ ତାକୁ ଛାପି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational