କିଛି ଅକାଟ୍ୟ ସତ୍ୟ
କିଛି ଅକାଟ୍ୟ ସତ୍ୟ
ମହାଭାରତରେ ଅନେକ ଚରିତ୍ରରେ
ଖେଳ ଦେଖିଛେ କୁଟଚକ୍ରୀର
ରହସ୍ୟକୁ ବୁଝ ବାଡ଼ ଯଦି ଫସଲ ଖାଏ
ଦୋଷ ହୁଏ କୁହ କାହାର ।
ଦ୍ରୈପଦୀ ବସ୍ତ୍ର ହରଣ ବେଳେ ଦେଖି ହସୁ
ଥିଲେ ତାର ଦୁଃରାବସ୍ଥାକୁ
ଧରମ ସହିବନି, ନିଜେ ଭୋଗିବ, ଥଟ୍ଟା
କରିବ ତଦେଖି ଅନ୍ୟର ଦୁଃଖକୁ ।
ଧର୍ମାନ୍ଧ ମୋହଗ୍ରସ୍ତ ଦୂରାଚାରୀ ରାଜା କଲା
ଅବିଚାର, ରାଜଧର୍ମ ଦାଣ୍ଡରେ
ପାରଦ ପାପକୁ ଲୁଚାଇଲେ ବନ୍ଧୁ, ନିଜେ ହିଁ
ମରିବ, ତାହା ହଜମ ହୁଏନିରେ ।
ପଶା ପାଲି ନୁହେଁ କେବଳ ଥିଲା ତ ଅଧର୍ମ
ଅନ୍ୟାୟ ଶଙ୍କୁନିର ପ୍ରତିଶୋଧ
ନ୍ୟାୟ ନିକିତିର ଅଧର୍ମରେ ଧୃତରାଷ୍ଟ୍ର କର୍ଣ୍ଣ
ଦ୍ରୋଣାଚାର୍ଯ୍ୟ ଯୋଗୁ ହୋଇଲା ଯୁଦ୍ଧ ।
ଅନ୍ୟକୁ ବିପଦରେ ପକାଇବ ଯଦି ତାହାର
ସରଳତାର ସୁଯୋଗ ନେଇ
ଖୁସି ଅଳପ ଦିନର, କାହିଁକି ନା ଖୋଳିବା ଗାତେ
ନିଜେ ହିଁ ପଡେ, ସୃଷ୍ଟିର ନିୟମ ନେଇ ।
ଚିରାଚରିତ ଜୀବନର ଚକେ ଧନ ପ୍ରତିପତ୍ତି ପ୍ରତିଷ୍ଠା
ନିଶାରେ ଯେଉଁ ମଣିଷ ଥାଏ
ପ୍ରକୃତି ନୈବ ମୁଚ୍ୟତେ, ମାଳା ଧରି ଜପୁଥିଲେ ବି ସେ
ସମସ୍ତ ସ୍ଵାର୍ଥ ଅନ୍ୟାୟ ର ସମର୍ଥନରେ ଥାଏ ।
ଚିନ୍ତା ଚେତନାରେ ପ୍ରକୃତିପ୍ରେମୀ, ଅନ୍ୟ ପ୍ରବୃତ୍ତି ଠୁଁ
ଭିନ୍ନ, ଏକ ନିଆରା ମଣିଷଟିଏ
ସଚେତକ, ଉଦାର, ପରୋପକାରି ନୀତି ପାଇଁ ସ୍ୱାର୍ଥ
-ପର ଲୋକ ସୁବିଧା ହାସଲ କରି ନିଏ ।
ମୋ କଳ୍ପନାବିଳାସି ଭାବପ୍ରବଣର ଏ ଅଥୟ ମନକୁ
ବନ୍ଧୁ ମାନେ ଥରେ ଭାବିବ
ଜୀବଜଗତ ପ୍ରେମୀ ବାସ୍ତବବାଦୀ ଭାବନାରେ ଯାହା
କହିଲି, କିଛି ଦୋଷକୁ ନଧରିବ ।