STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

କିଆଁ ମୁଁ ଯିବି ମନ୍ଦିର

କିଆଁ ମୁଁ ଯିବି ମନ୍ଦିର

1 min
262

ଘରେ ଦେବାଦେବୀ ଥାଉଁ ଥାଉଁ ମୋର

କିଆଁ ମୁଁ ଯିବି ମନ୍ଦିର,

ସ୍ନେହ ମମତାର ଆଶୀଷ ଢାଳନ୍ତି

ବାପା ମାଆ ପରା ମୋର,

ସୃଷ୍ଟି କର୍ତ୍ତା ମୋର ପାଳନ କର୍ତ୍ତୀ 

ମୋ ପାଇଁ ବଡ଼ଠାକୁର

ଘରେ ଦେବାଦେବୀ ଥାଉଁ ଥାଉଁ ମୋର

କିଆଁ ଯିବି ମନ୍ଦିର


ଜନମକାଳୁ ଏନ୍ତୁଡି ଶାଳୁ 

ତାଙ୍କୁ ନିତି ଦେଖୁଛି,

ମୋ ହସକାନ୍ଦରେ ସୁଖ ଦୁଃଖରେ

ବୁଝନ୍ତି ସବୁ କିଛି,

ତାଙ୍କ ପାଦେ ମୋର କୋଟି ନମସ୍କାର

ସିଏ ଶିବ ଶକ୍ତି ମୋର

ଘରେ ଦେବାଦେବୀ


ବଞ୍ଚିବାକୁ ଖାଦ୍ୟ ଜଳ ବସ୍ତ୍ର ବାସ

ତାଙ୍କ ଠାରୁ ପାଇଛି,

ସୁଶିକ୍ଷା ସଂସ୍କାର ଗୁରୁ ଭଳି କାନେ

ସିଏ ତ ଶିଖାଇଛନ୍ତି,

ତାଙ୍କ ସେବାକରି ତାଙ୍କୁ ସୁଖଦେଇ 

ବିତୁ ଏ ଜୀବନ ମୋର

ଘରେ ଦେବାଦେବୀ ଥାଉଁ ଥାଉଁ ମୋର

କିଆଁ ମୁଁ ଯିବି ମନ୍ଦିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational