STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କି ଥିଲା ଏ ଦେଶ କି ହେଲା ଟି ଆଜି !

କି ଥିଲା ଏ ଦେଶ କି ହେଲା ଟି ଆଜି !

1 min
22


କିଥିଲା ଏ ଦେଶ, କିହେଲା ଟି ଆଜି, ଦୁନିଆଁ କରେ ଆଦର,

ଯୁବା ଓ ଯୁବତୀ,କର୍ତ୍ତବ୍ୟେ ଭୂଷିତ, ମନ୍ତ୍ର ଯେ ଆତ୍ମନିର୍ଭର !!

ଶାସନ ଆକାର,ସମଭାବ ଯାର, ଜାତିଭେଦ ନାହିଁ କାର,

ନୂଆ ଭାରତର,ନୂତନ ଉମଙ୍ଗ,ଦିଶୁଛି ଅତି ସୁନ୍ଦର !!

ଗାଆଁର ଉନ୍ନତି,ହୁଏ ନିରନ୍ତର,ନୂଆ ନୂଆ କଳେବର,

ସ୍ବାଧିନର ସୁଖ,ମିଳୁଛି ଗାଆଁର, ରାମରାଜ୍ୟ ପରକାର !!

ଶିକ୍ଷାରେ ନିପୁଣ, ଧର୍ମ କର୍ମ ମନ,ରାଷ୍ଟ୍ର ସେବା ନିରନ୍ତର।

କି ଥିଲା ଟି ଦେଶ..........


ନୂଆ ନୂଆ କୀର୍ତ୍ତି,ଆଣୁ ଛନ୍ତି ଯୁବା,ଦେଖି ମନ ଆନନ୍ଦିତ,

ଚନ୍ଦ୍ରଲୋକେ ଉଡେ,ଦେଶର ତ୍ରିରଙ୍ଗା,କରୁଛି ବିଶ୍ବ ଗର୍ବିତ !!

ସଂସ୍କୃତି ସଂସ୍କାର, ସୁରକ୍ଷିତ ରାଷ୍ଟ୍ର, ଦର୍ଶନ ଟି ବାଲ୍ୟରୂପ,

ଦିବ୍ୟ ଭବ୍ୟ ପରା,ରାମଙ୍କ ମନ୍ଦିର, ତ୍ରେତୟା ଯୁଗ ସ୍ବରୂପ !!

ଅସମ୍ଭବ ସବୁ,ସମ୍ଭବ କରୁଛି, ଶାସନ ବ୍ୟବସ୍ଥା ତନ୍ତ୍ର,

ଭ୍ରଷ୍ଟାଚାରୀଙ୍କର,ହୋଶ ଉଡୁ ଅଛି, ସତ୍ୟ ଓ ନ୍ୟାୟର ମନ୍ତ୍ର !!

ନାରୀଙ୍କୁ ମିଳୁଛି, ସମ୍ମାନ ଅପାର,ପୂଜନ ଏବେ ନାରୀର।

କି ଥିଲା ଟି ଦେଶ............


ସମଭାବ ପ୍ରୀତି,ନୂଆ ଅନୁଭୂତି, ଅଙ୍କୁରିତ ଆଜ ଦେଶେ,

ପଛଘୁଞ୍ଚା ନାହିଁ, ଆଗୁଆ ହୁଅନ୍ତି,ଅମୃତ କାଳର ଯଶେ !!

କୃଷ୍ଣ ରାମ ଜଗା, ନାମ ଅହରହ,ମୁଖେ ଦେଶବାସୀଙ୍କର,

ନୂଆ ଇତିହାସ,ଲେଖୁଛି ଭାରତ, ନୂଆ ନୂଆ ଆବିଷ୍କାର !!

ଦେଶର ପ୍ରଧାନ,କର୍ତ୍ତବ୍ୟେ ଭୂଷଣ,ଦିବ୍ୟାତ୍ମା କିବା ଶରୀର,

ନାହିଁ ଟି ବିଶ୍ରାମ, କରୁଛନ୍ତି କାର୍ଯ୍ୟ, କର୍ମ ତ୍ରେତୟା ଯୁଗର !!

ବିଶ୍ବରେ ଅପାର,ସମ୍ମାନ ମିଳୁଛି, କୀର୍ତ୍ତି ଭାରତବର୍ଷର।

କି ଥିଲା ଟି ଦେଶ................


ଷଢେଇକଳା ଖରସୁଆଁ ଜିଲ୍ଲାର ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!


Rate this content
Log in

Similar oriya poem from Abstract