STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

କି ଲୀଳା ତୋହର ପ୍ରଭୁ

କି ଲୀଳା ତୋହର ପ୍ରଭୁ

1 min
205

ବିହାର ସଙ୍ଗରେ ଥିଲା ଯେବେ ଏହି

ଓଡ଼ିଶା ବିଚ୍ଛିନ୍ନ ଭୂମି,

ଓଡ଼ିଆ ଭାଷାର ସମ୍ମାନଟି ଥିଲା

ଭାଷା ପୂର୍ଣ୍ଣ ଥିଲା ଭୂମି।୧।


ପ୍ରଥମ ଶ୍ରେଣୀରୁ କଲେଜ ପ୍ରଯନ୍ତେ

ଓଡ଼ିଆ ଶିକ୍ଷକ ଥିଲେ,

ଓଡ଼ିଆ ଭାଷାର ଶିକ୍ଷାର ନିମନ୍ତେ

ନେତା ଧ୍ୟାନ ଦେଉ ଲେ।୨।


ବିଚ୍ଛିନ୍ନାଚଳର ଭୂମି ପୁଣି ଥରେ

ବିଚ୍ଛିନ୍ନ ହୋଇଲା ଭାଇ,

ଝାଡ଼ଖଣ୍ଡ ନାମେ ନୂଆ ରାଜ୍ୟ ହେଲା

ଅପୂର୍ବ ଆଶାରେ ଭାଇ।୩।


ଯେଉଁ ଦିନ ଠାରୁ ନୂଆ ରାଜ୍ୟ ହେଲା

ଭାଷା ଶୂନ୍ୟ ହେଲା ଭୂମି,

ନାହିଁଟି ଆଦର ନାହିଁଟି ଶିକ୍ଷକ

ଛେଉଣ୍ଡ ହୋଇଛି ଭୂମି।୪।


ଓଡ଼ିଆର ବହି ନ ମିଳେଟି ଏଠି

ଦୁର୍ଭାଗ୍ୟ ଅଟେ ଆମର,

କି ପରି ରାଜ୍ୟର ସ୍ଥାପନା ହୋଇଲା

କି ପରି ହେବ ଆଦର।୫।


ଭାଷା ପ୍ରେମୀ ଆଜି ଶୋଇ ପଡିଛନ୍ତି

ନିଦ ଭାଙ୍ଗୁ ନାହିଁ ତାର,

ବିଚ୍ଛିନ୍ନାଚଳ ମୋ କ୍ରନ୍ଦନ କରୁଛି

ଧ୍ୟାନ ପଡୁ ନାହିଁ କାର।୬।


କିଛି ଚେଷ୍ଟା ମୁହିଁ ନିତ୍ୟେ କରୁଅଛି

କୁମ୍ଭକର୍ଣ୍ଣ ନିଦ୍ରା ଯହିଁ,

କି ପରି ଭାଙ୍ଗିବ ନିଦ୍ରା ହିଁ ତାଙ୍କର

ବୀଣାପାଣି ଭଜେ ମୁହିଁ।୭।


ଜଗନ୍ନାଥ ଭଜେ ନିତିଦିନ ମୁହିଁ

ଭାଷାଶୂନ୍ୟ ତାଙ୍କ ଭୂମି,

ଭାଷାର ଆଲୋକ ପ୍ରକାଶିତ କର

ବିଚ୍ଛିନ୍ନାଚଳର ଭୂମି।୮।


ଜ୍ଞାନର ପ୍ରକାଶେ ପ୍ରଜ୍ୱଳିତ କର

ଭାଷାର ଆଦର ହେଉ,

ତବ ନାମ ଗାଇ ବିତୁ ଏହି ପ୍ରାଣ

ଭାଷାର ଉଦ୍ଧାର ହେଉ।୯।


ବିହାର ସଙ୍ଗରେ ଥିଲା ଯେବେ ଏହି

ଓଡିଶା ବିଚ୍ଛିନ୍ନ ଭୂମି,

ଓଡ଼ିଆ ଭାଷାର ସମ୍ମାନଟି ଥିଲା

ଭାଷା ପୂର୍ଣ୍ଣ ଥିଲା ଭୂମି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational