STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କି ଲାଭ ପାଇବୁ?

କି ଲାଭ ପାଇବୁ?

1 min
343

ପରହିଂସା, ପରନିନ୍ଦା

କରି ଚଳୁଥିବୁ

ଗଙ୍ଗା, କାଶୀ, ଧାମ ଗଲେ

କି ପୁଣ୍ୟ ପାଇବୁ


ନିଜ ସ୍ୱାର୍ଥ ପାଇଁ ଯଦି

ଜୀବନ ମାରିବୁ

ଧୂପଜାଳି ପୂଜାକଲେ

କି ଲାଭ ପାଇବୁ


ମିଛ କହି ଅନ୍ୟାୟରେ

ବାଟ ଚଳୁଥିବୁ

ଜପାମାଳି ଜପୁଥିଲେ

କି ପୁଣ୍ୟ ପାଇବୁ


ମଣିଷ ହୋଇ ତୁ ଯଦି

ମଣିଷ ମାରିବୁ

ବ୍ରତ, ଉପବାସ କରି

କି ଲାଭ ପାଇବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract