Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Abstract Comedy Drama

3  

Sonali Swapna Patra

Abstract Comedy Drama

କି କହିବି ମାଇପ ଗୁଣ

କି କହିବି ମାଇପ ଗୁଣ

1 min
211



କି କହିବି ଭାଇ ମୋ ମାଇପ ଗୁଣ

ପଚାରୁଛୁ ଯଦି କର୍ଣ୍ଣ ଡେରି ଶୁଣ ।


ମାଇପ ମୋହର ଅତି ସୁକୁମାରି

ହୃଦୟରୁ କିନ୍ତୁ ନୁହେଁ ସେ ସୁନ୍ଦରୀ ।


ବିବାହ ପୂର୍ବରୁ ମୁଁ ଥିଲି ତା ସବୁ

ଏବେ ମୁଁ ଚାକର ସେ ମୋ ପ୍ରଭୁ ।


ଲୋକ ନିନ୍ଦା ପାଇଁ ନୀରବେ ରହୁଛି

ତଥାପି ସେ ମତେ ଗଞ୍ଜଣା ଦଉଛି ।


ମାଇପ ନୁହେଁ ସେ ରଣ ଚଣ୍ଡୀ ଟିଏ

ଫୁଟାଣି ତାହାର ଯମା କମ୍ ନୁହେଁ ।


ପାଦକୁ କଚାଡି ମୁହଁକୁ ଛିଞ୍ଚାଡି

ନିଇତି ଛାଡ଼ଇ ଘରେ ହମ୍ବା ରଡ଼ି ।


ପୁରୁଷ ପଣ ମୋ ଉଜାଡି ଦେଲାଣି

ଧନ ସଂପତ୍ତି କୁ ଧ୍ୟାନ ସେ ଦେଲାଣି ।


ଆଗକୁ ଶୁଣନା ଆଉ ମୋର ଭାଇ

ଜାଣିଲେ ଗାଲ ମୋ ଦେବ ସେ ଫଟାଇ ।


ନିଜର ବୋଲି ମୁଁ ଖୋଲିକି କହିଲି

ଆଗକୁ ପ୍ରଶ୍ନ ତୁ ନକର ବୋଇଲି ।


ଘର କଥା ମୋର ଘରେ ରହିଥାଉ

ବାହାରେ ମୋ ମାଇପ ସୁନ୍ଦରୀ ହେଉ ।



Rate this content
Log in

Similar oriya poem from Abstract