STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

କି ଘେନିଣ ଯିବୁ ସଙ୍ଗେ

କି ଘେନିଣ ଯିବୁ ସଙ୍ଗେ

1 min
231


ଆସିଛୁ ଲଙ୍ଗଳା ଯିବୁ ଭି ଲଙ୍ଗଳା


ନ ଯିବ ହିଁ ସଙ୍ଗେ କିଛି 


କାହିଁ ପାଇଁ ପୁଣି ହରବର ଏଠି


ନ ରହିବ ତୋର କିଛି।୧।


କର୍ମର ନିମନ୍ତେ ଆସିଛୁ ସଂସାରରେ


ଭଲ କାର୍ଯ୍ୟ କରୁ ଥିବୁ,


ସତ୍ୟପଥେ ରହି ନିସ୍ବାର୍ଥର ଭାବେ


ବିଭୂ କାର୍ଯ୍ୟ କରୁ ଥିବୁ।୨।


ଧର୍ମପଥେ ରହି ବିଭୂଙ୍କ ଭକ୍ତିରେ


କାଳ କାଟୁ ଥିବୁ ତୁହି,


ଜନସେବା ଆଉ ରାଷ୍ଟ୍ର ସେବା ପ୍ରତି


ମନ ରଖି ଥିବୁ ତୁହି।୩।


ପର ଧନେ କେବେ ନ ରଖିବୁ ଆଶ


କପଟ କରିବୁ ନାହିଁ,


ଅହିଂସାର ମନ୍ତ୍ର ଜୀବନେ ରଖିବୁ


ହିଂସା ନ କରିବୁ କାହିଁ।୪।


ଜ୍ଞାନକୁ ଅର୍ଜନ କରୁ ଥିବୁ ନିତି


ଜ୍ଞାନୀଙ୍କ ମେଳରେ ରହି,


ଜ୍ଞାନ ଶିକ୍ଷା ନିତି ଦେଉ ଥିବୁ ଜନେ


ଜନଙ୍କ ସଙ୍ଗତେ ରହି।୫।


ମୋର ମୋର ବୋଲି ନ କହିବୁ କେବେ


ତୋହର ତ କିଛି ନାହିଁ,


କର୍ମ ଜ୍ଞାନ ବଳେ ଜନତା ସେବିବୁ


ଜ୍ଞାନ ରଖିଥିବୁ ତହିଁ।୬।


କୃଷ୍ଣ ରାମ ପଦେ ଭକ୍ତି ରଖି ଥିବୁ


ଭଜୁ ଥିବୁ ଜଗନ୍ନାଥ,


ନିସ୍ବାର୍ଥର ଭାବେ କର୍ମ କରୁ ଥିବୁ


ଡାକୁ ଥିବୁ ଜଗନ୍ନାଥ।୭।


ଭକ୍ତି ଶକ୍ତି ବଳେ ସାର୍ଥକ କରିବୁ


ମନୁଷ୍ୟ ଜୀବନ ତୋର,


ନିସ୍ବାର୍ଥ କର୍ମରେ ପଥଗାମୀ ହୋଇ


କର ଜନସେବା ସାର।୮।


ଜନସେବା କରି ଦୁର୍ଲ୍ଲଭ ଜୀବନ


ଚରିତାର୍ଥ କର ଭବେ,


ବିଭୂ ପଦ ଚିନ୍ତି ଜୀବନ ଯାତ୍ରାଟି


ସ୍ଥାପିତ କରଟି ଭବେ।୯।


ଆସିଛୁ ଲଙ୍ଗଳା ଯିବୁ ଭି ଲଙ୍ଗଳା


ନ ଯିବ ଟି ସଙ୍ଗେ କିଛି,


କାହିଁ ପାଇଁ ପୁଣି ହରବର ଏଠି


ନ ରହିବ ତୋର କିଛି।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational