STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଖୁସିର ରଙ୍ଗ

ଖୁସିର ରଙ୍ଗ

1 min
231

ଗଛରେ ଫୁଲ ଫଳ ଆସିଲେ

କୃଷକର ଖୁସି ଝରେ ହୃଦୟ ଭିତରେ

ତା ପରିଶ୍ରମର ଫଳାଫଳ

ସଫଳତାର ଖୁସି ଭରିଦିଏ 

ମନେ ଏକ ରଙ୍ଗର ଖୁସି।


ଅଙ୍କ କଷୁକଷୁ ଅଛିଣ୍ଡା ଗଣିତର

ମାନସାଙ୍କ ଯେବେ ହଠାତ୍ 

ହୋଇଯାଏ ସମାଧାନ

ଅନେକ ଦିନ ର ଖୁସି 

ଭରିଯାଏ ମନ ଆଉ ହୃଦୟେ

ଖୁସି ର ରଙ୍ଗରେ ରଙ୍ଗାୟିତ

ହୋଇଯାଏ ଜଣେ ଛାତ୍ରୀ ଛାତ୍ର।


ହଜାଇ ଥିବା ଅତୀତ ଓ ସମ୍ପର୍କ 

ଆଉ କିଛି ମଧୁର ମୁହୁର୍ତ୍ତ ସବୁ

ହାତ ମୁଠାରେ ଆସିଗଲେ

ମଣିଷ ମନର ଖୁସି ସବୁ

ଘର କାନ୍ଥରେ ରଙ୍ଗ ଲାଗିଲା ପରି

ବଦଳି ଯାଏ ଜୀବନ

ଖୁସିର ରଙ୍ଗ।


ପ୍ରେମିକ ପ୍ରେମିକାର ବିଚ୍ଛେଦ ମିଳନ

ଯୁଗ ଯୁଗର ଏହା ଅଟେ ଏକ ସ୍ବତନ୍ତ୍ର

କେବେ ଯଦି ପୁରି ଯାଏ ମିଳନର ସ୍ବାଦ 

ମନ ଉଡେ ଖୋଲା ଆକାଶେ

ହୃଦୟେ ଭରିଯାଏ ଖୁସି ଆଉ ଖୁସି

ବଦଳି ଯାଏ ସେହି ମୁହୁର୍ତ୍ତ

ହସ ଖୁସିରେ ଲାଗିଯାଏ 

ଖୁସି ର ଭିନ୍ନତା ର ରଙ୍ଗ।


ନିଃସନ୍ତାନ ପତିପତ୍ନୀ କିଛି ଦିନ

ଦୁଃଖ ସମୁଦ୍ରରେ ଭାସିଭାସି

ସନ୍ତାନଟିଏ ପାଇଗଲେ

ଜୀବନର ଖୁସି ହୁଏ ଦିଗୁଣ

ବଦଳି ଯାଏ ସବୁ ଜୀବନର 

ରଙ୍ଗର ସହର

ହୃଦୟେ ଭରିଯାଏ ଖୁସି ର ରଙ୍ଗ।


ରଙ୍ଗ ଜୀବନର ଦୁଃଖରେ ହେଉ ଅବା

ସୁଖରେ ଥାଏ ସଦା

ସେ ରଙ୍ଗ ମାଖି ହୃଦୟ ବାଣ୍ଟିଲେ

ମନ ଭାବନା ଟା ହୁଏ ଓଦା

ସେହି ଖୁସିର ରଙ୍ଗରେ ଦୁନିଆ ହସିଲେ

କଷ୍ଟ ପଡେ ନାହିଁ ହୃଦୟ ଭିତରେ

ଜୀବନେ ନ ମିଳେ ବାଧା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract