Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

4  

baishnaba meher

Inspirational

ଖୁସି

ଖୁସି

1 min
265



ମୁଁ ଶିଖିନି ପୁରା ଖେଳ

କିନ୍ତୁ...

ମୁଁ ଧିରେ ଧିରେ ଶିଖୁଛି;

ଜାଣିନି କେବେ ପୁରା ଶିଖିବି,

ହେଲେ

ଖେଳରେ ଅନେକ ଆଗେଇ ଯାଇଛି । 


ମୁଁ ଖୁସି ପାଇବା ପାଇଁ

ଅନେକ କିଛି ଏକାଠି କରିଛି,

ଆଉ

ଖୁସିକୁ ଉପଭୋଗ କରିବା ପାଇଁ

ଅନେକ ଖୁସିର ଜଳାଞ୍ଜଳି ଦେଇଛି । 


ଏକାଥରେ କିଛି ବଡ଼ କରିନି,

କଷ୍ଟ ଦେଇନି କାହାକୁ ଜ୍ଞାତରେ,

ଛୋଟ ଛୋଟ ଖୁସି ପାଇଁ

ଦୁଃଖକୁ ପିଉଛି ଅତି ସରାଗରେ । 


ମୁଁ କିଛି ପାଇବା ଆଶାରେ

ଅନେକ ରାତିର ନିଦ ହଜେଇଛି,

ସ୍ବପ୍ନମାନଙ୍କର ତଣ୍ଟି ଚିପି ଚିପି

ନିଜେ ଅପରାଧି ପାଲଟି ଯାଇଛି । 


ଖୋଜୁଛି ଖୁସିକୁ ଦିନ ରାତି,

କହୁଛି ମନକୁ ଆଶ୍ୱାସନା ଦେଇ,

ଶୀତ କେବେ ଚାଲିଯାଏ ଯଦି,

ବସନ୍ତେ ଅବିର ଆସିବ ନେଇ । 



Rate this content
Log in

Similar oriya poem from Inspirational