Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract Classics

3  

Sagar Kumar Parida

Abstract Classics

ଖରାରେ ଧରା

ଖରାରେ ଧରା

1 min
201



ଖ   ଖରା ତେଜରେ ଧରାରେ ସର୍ବେ ଅସ୍ତବ୍ୟସ୍ତ

     ଖଗ ମୃଗ ମାନବଙ୍କ ଜୀବନ ଅତିଷ୍ଠ ,

     ଖମଣିଙ୍କ ଅଂଶୁ ଜଳ ନେଇ ଥାଏ ହରି

     ଖପର ଘର ଲାଗଇ ବଇକୁଣ୍ଠପୁରୀ ।


ରା   ରାଜପଥ ଦିଶେ ଜନଶୂନ୍ୟ ଦ୍ବିପ୍ରହରେ

    ରାଜୀବଙ୍କ ସୁଖ କିନ୍ତୁ କହିଲେ ନ ସରେ ,

    ରାତ୍ରି ଛୋଟ ଦିନ ବଡ଼ ଏହି ସମୟରେ

    ରଜନୀଗନ୍ଧା ମହକ ଜନ ମନ ହରେ ।


ରେ   ରେଶମ ପୋଷାକ ଲାଗେ ଭାରି ବିଷମୟ

     ରେବା,ମହାନଦୀ ଜଳ ହୁଏ ଶୁଷ୍କ ପ୍ରାୟ,

     ରେ ମାନବ କାଟନାହିଁ ବୃକ୍ଷ ଧରଣୀରୁ

     ରେଣୁ ଉଡନ୍ତି ଗଗନେ ଗୋମାତା ପଦରୁ ।


  

ଧ   ଧଇଁସଇଁ ଲାଗେ ଅଳ୍ପ ପରିଶ୍ରମ କଲେ

     ଧରିରଖ ସଲିଳକୁ ବନ୍ଧ ବାନ୍ଧି ଭଲେ,

     ଧରାତଳେ ସୃଷ୍ଟିକର ସବୁଜ ବନାନୀ

     ଧରଣୀ ମାତାର ଶୋଭା ମନ ନେବ କିଣି ।


ରା   ରାତ୍ରୀଚର ଜୀବକୁଳ ଭ୍ରମନ୍ତି ନିଶାର୍ଦ୍ଧେ

     ରାଶି ରାଶି ମଲ୍ଲୀ ଫୁଟି ହସଇ ସୁଗନ୍ଧେ

     ରାମଲୀଳା ଗ୍ରାମେ ଗ୍ରାମେ ଏହି ସମୟରେ

     ରାମାୟଣ ଶୁଣୁଥାଅ ନିଶ୍ଚଳ ଚିତ୍ତରେ ।




Rate this content
Log in

Similar oriya poem from Abstract