STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ଖରାପ ମନ୍ତବ୍ୟ ନ ଦେବ

ଖରାପ ମନ୍ତବ୍ୟ ନ ଦେବ

1 min
301

କିଏ ପଢୁ କି ନ ପଢୁ ମୋହର କବିତା

ଲେଖିବା ମୋହର ଧର୍ମ

କିଏ ବୁଝୁ କି ନ ବୁଝୁ ମୋହର କବିତା

ବୁଝେଇବା ମୋର କର୍ମ 


କିଏ ଶୁଣୁ କି ନ ଶୁଣୁ ମୋହର କଥା କୁ

ଶୁଣେଇବା ମୋ ନିଶା

କିଏ ଜାଣୁ କି ନ ଜାଣୁ ଭଲ ଭଲ କଥା

ଜଣେଇବା ମୋର ପେଷା 


କବିଟିଏ ମୁହିଁ କବିତା ଲେଖିବି

ସମାଜ ମଙ୍ଗଳ ପାଇଁ

ଚେଷ୍ଟା କରିବି ଭଲ ଭଲ କଥା

କବିତାର ରୂପ ଦେଇ  


ଜନମ ହୋଇଛି ମରିବି ନିଶ୍ଚିତ

ଏତ ସାଧାରଣ କଥା

ଜୀବନ ନଈ ରେ ଭାସି ଯିବି ମୁହିଁ

ଲେଖି ଲେଖି ଭଲ କଥା 


ଲେଖିବା ପାଇଁ ଯେ ପାଗଳ ଟିଏ ମୁଁ

ଅନା ବିନା କିଛି ଲେଖେ

ଅନ୍ୟ ଲେଖକଙ୍କ କବିତା କୁ ପଢି

କିଛି କିଛି ମୁହିଁ ଶିଖେ  


ମୁହିଁ ନିରଞ୍ଜନ କରେ ନିବେଦନ

ଏତିକି ଗୁହାରି ଶୁଣିବ

ଭଲ ଲାଗୁ କି ନ ଲାଗୁ ମୋହର କବିତା

ଖରାପ ମନ୍ତବ୍ୟ ନ ଦେବ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational