STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଖରାପ ଅଭ୍ୟାସ

ଖରାପ ଅଭ୍ୟାସ

1 min
505

ଖରାପ ଅଭ୍ୟାସ ପରିହାର କଲେ ଜୀବନେ ପରିବର୍ତ୍ତନ

ଅବଶ୍ୟ ହୋଇବ ଅନ୍ଧାର ଆକାଶେ ଉଇଁବ ରୁପେଲି ଜହ୍ନ


ଖରାପ ଅଭ୍ୟାସ ବନ୍ଧନରେ ଯିଏ ଥରେ ବାନ୍ଧି ହୋଇଯାଏ

ନିଶାସମ ଏହି ଖରାପ ଅଭ୍ୟାସେ ସମାଜେ ଲାଂଛିତ ହୁଏ


କ୍ରୋଧ ଅଟେ ଏକ ଖରାପ ଅଭ୍ୟାସ ଅନ୍ଧ ହୋଇଯାଏ ନର

କ୍ରୋଧୀ ମଣିଷ କୂ କେହି କେହି କେବେ ଆକ୍ଷା ଦିଅନ୍ତି ଚଣ୍ଡାଳ


ପାନ,ବିଡ଼ି,ସୁରା ଅଭ୍ୟାସେ ମଣିଷ ହୋଇଯାଏ ତଳିତ୍ରାନ୍ତ

ଜଣାପଡେ ନାହିଁ ଟାଣଇ ପଇସା କରିଦିଏ ସର୍ବସ୍ବାନ୍ତ


ନହୁଅ ତା ବଶ ଖରାପ ଅଭ୍ୟାସ କୁ-ପ୍ରବୃତି ର ପ୍ରତିକ

ଘୋର ହୁତାସନ ଚଣ୍ଡାଳ ବର୍ଣ୍ଣ ଫକିର ହୁଏ ବଣିକ


ପରନିନ୍ଦା,ପରଚର୍ଚା ବି ଗୋଟାଏ ନିହାତି ଖରାପ ଅଭ୍ୟାସ

କାନକୁ ମଧୁର ଆମୋଦିତ କରେ ଶତ୍ରୂର ସର୍ବନାଶ


ନିଜ ସର୍ବନାଶ କାଳହସ୍ତେ ବନ୍ଧା ବିରତ ହୁଅ ରେ ମନ

ନିତ୍ୟ ସତ୍ୟ ମାର୍ଗ ଅନୁଗାମୀ ହୋଇ ସୁ-ଅଭ୍ୟାସେ କାଟ ଦିନ


ମିଥ୍ୟା ପୁଣିଏକ ଖରାପ ଅଭ୍ୟାସ କ୍ଷତିକରେ ସମାଜର

ଏ ଏକ ଘାତକ ପ୍ରାୟ ବିବେଚିତ ରଚଇ ବିଭ୍ରାଟ ଘୋର


ସଂପର୍କ ରେ କାନ୍ଥ ପକାଇ ଦିଅଇ ମିଛ ଏକ ଜଉଘର

ମିଛ ଭାଗ ଭାଗ କରେ ଜାଳିଦିଏ ସୁଖ ଶାନ୍ତି ର ସଂସାର


ଏଯାବତ୍ ଆଉ ଯେତେ କୁ ଅଭ୍ୟାସ ପରିତ୍ୟାଗ କର ମନ

ବିଭୁ କଞ୍ଜପାଏ ମିନତୀ ଜଣାଏ ଦିଅ ଧବ ଦିବ୍ୟ ଜ୍ଞାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract