STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଖରା

ଖରା

1 min
341

ଗୋଟେ ସମୟ ଜଳୁଥିଲା

ସଂକ୍ରମଣ ଖରାରେ

ପେଟ ଜଳୁଥିଲା ଭୋକରେ

ଦେହ ଜଳୁଥିଲା କାମନା ବାସନାରେ

ସ୍ୱପ୍ନ ଓ ଭବିଷ୍ୟତ ଜଳୁଥିଲେ

ଅନ୍ଧାରରେ ବିନା ନିଆଁରେ

ନିଆଁ ପୁଆଉଥିଲା ଶୀତ।


ପଲିଥିନ ଫୁଟାଇ

ଘର ଭିତରକୁ ଗଳି ଯାଉଛି

ଖରାର ଆଖି

କୁହୁଳୁଛି ଚୁଲି 

ଓଦା ଆଖି କାଠରେ

ପାଣି ଫୁଟୁଛି

ଚାଉଳ ନାହିଁ ଘରେ।


ପିଚୁ ତରଳୁଛି 

ନିର୍ଘାତ ଅସହାୟ ଖରାରେ

ପାଦ ସିଜୁଛି

କାମ ଖୋଜୁଛି ପେଟ ଖରା

ଦେହ ଖୋଜୁଛି ଚିଲ

ଘର ଭିତରେ ଖରା

ବାହାରେ ବି।


ଜହ୍ନ ହସୁନି

ସୂର୍ଯ୍ୟ ରାଗି ନିଆଁ ବର୍ଷୁଛି

ସ୍ୱପ୍ନ ଓ ବଞ୍ଚିବା

ମାଗୁଛି ଟିକେ ଛାଇ

ସମ୍ପର୍କ ଗୁମୁରୁଛି

ଖରା ଖରାର ମେଳଣ ଠାଆ ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy