STORYMIRROR

Akshayakumar Dash

Children

3  

Akshayakumar Dash

Children

ଖରା

ଖରା

1 min
213

ଦିନଟା ଜାଙ୍କ

ଲାଗଇ ବାଙ୍କ

ସୋଇଲେ ସରେ ନାହିଁ

ସକାଳୁ ରାତି

ଖେଳରେ ମାତି

ଖରାରେ ଯିବା କାହିଁ ।


ଭୋଓରୁ ଉଠି

ସାରିପାଇଟି

ସିନାନ କରିଦେଇ

ପଖାଳ ଭଜା

ସବୁଠୁ ମଜା

ସରିକେ ହେବନାହିଁ।


ସୁରୁଜ ଦେବ

ଉପର ଯିବ

ପ୍ରଚଣ୍ଡ ଖରା ଦେଇ

କୁଆ କୋଇଲି

ଖରାରେ ବୁଲି

ବାହାରେ ନାହିଁ କେଇ।


ଉପର ବେଳା

ନକରି ହେଳା

ଗଛରେ ଦେଇ ଜଳ

ଫୁଟିବ ଫୁଲ

ଦେବତା ତୁଲ

ଗଛ ଅମୂଲମୂଲ।


ବରଷ ସାରା

ଏଣିକି ଖରା

ସବୁଜ ପାଇଁ ଧରା

ଗଢିବା ତୋଟା

ଟାକୁଆ ଗୋଟା

ପୋତିବା ଗଛ ଭରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children